ପିଜିଆଇ, ଅକ୍ସିଜେନ୍ ପ୍ଲାଣ୍ଟ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଉଚ୍ଛେଦ

ପିଜିଆଇ, ଅକ୍ସିଜେନ୍ ପ୍ଲାଣ୍ଟ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଉଚ୍ଛେଦ

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ପିଜି ଇନଷ୍ଟିଚ୍ୟୁଟ୍ ସହିତ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ପାଇଁ ଆଜି ଉଚ୍ଛେଦ କରାଯାଇଛି। ହସ୍ପିଟାଲରେ ପାର୍କିଂ ସ୍ଥାନରେ ଥିବା ଗୃହକୁ ଭାଙ୍ଗି ଦିଆଯାଇଛି। ଆଗକୁ ଆମ୍ବୁଲାନ୍ସ ପାର୍କିଂ ସ୍ଥାନ ସମେତ ହସ୍ପିଟାଲ ପରିସରରେ ଥିବା ଅନ୍ୟ ସ୍ଥାନମାନଙ୍କର ଉଚ୍ଛେଦ କରାଯିବ। ଆଜି ବିଡିଏର ଉଚ୍ଛେଦକାରୀ ଦଳ ସକାଳ ୧୧ଟାରେ ହସ୍ପିଟାଲ ପରିସରରେ ପହଞ୍ଚିଥିଲେ। ଗୋଟିଏ ବୁଲଡୋଜର ଉଚ୍ଛେଦ କାର୍ଯ୍ୟରେ ଲାଗିଥିଲା। ପାର୍କିଂ ସ୍ଥାନରେ ଥିବା ଟିକେଟ କାଉଣ୍ଟର ଗୃହକୁ ଭାଙ୍ଗି ଦିଆଯାଇଛି। ସଂପୃକ୍ତ ସ୍ଥାନରେ ନୂତନ ଆହାର କେନ୍ଦ୍ର ସ୍ଥାପନ କରାଯିବ ବୋଲି ସୂଚନା ମିଳିଛି।

ଅପରପକ୍ଷରେ ଟିକେଟ୍ କାଉଣ୍ଟର ଉଚ୍ଛେଦ ନେଇ ବିରଞ୍ଚି ନାରାୟଣ ମହାନ୍ତି କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ପାର୍କିଂ ସ୍ଥାନ ପାଇଁ ଧାର୍ଯ୍ୟ ଅବଧି ଶେଷ ହୋଇନାହିଁ। ଟେଣ୍ଡର ସରିବାକୁ ଆହୁରି ଏକ ସପ୍ତାହରୁ ଅଧିକ ସମୟ ରହିଛି। କିନ୍ତୁ ତା ପୂର୍ବରୁ ଏହି ଗୃହକୁ ଭାଙ୍ଗି ଦିଆଯାଇଛି। ଏନେଇ କୋର୍ଟରେ ଏକ ମାମଲା ଦାୟର ହୋଇଛି। କିନ୍ତୁ କୋର୍ଟରେ ଶୁଣାଣି ଆରମ୍ଭ ହୋଇ ନ ହେବାରୁ ପାର୍କିଂ ସ୍ଥାନଟି ଭାଙ୍ଗି ଦିଆଗଲା। ତେବେ ତାଙ୍କର ହୋଇଥିବା କ୍ଷତିର ଭରଣା କିଏ କରିବ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ହସ୍ପିଟାଲ ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଟେଣ୍ଡର ସମୟସୀମା ଏକ ବର୍ଷ ପୂର୍ବରୁ ଶେଷ ହୋଇଗଲାଣି। ପାର୍କିଂ ସ୍ଥାନ ପାଇଁ ଟେଣ୍ଡର ନେଇଥିବା ବ୍ୟକ୍ତିଙ୍କ ଉପରେ ଉପରେ ୭ ଲକ୍ଷ ଟଙ୍କା ବକେୟା ରହିଛି। ବକେୟା ଟଙ୍କା ପାଇଁ ତାଙ୍କୁ ନୋଟିସ୍ ଦିଆଯାଇଛି। ହେଲେ କରୋନା ମହାମାରୀକୁ ଆଳ କରି ସେ ବକେୟା ଟଙ୍କା ଦେଉ ନ ଥିବା ଡା.ସାହୁ କହିଛନ୍ତି।

The post ପିଜିଆଇ, ଅକ୍ସିଜେନ୍ ପ୍ଲାଣ୍ଟ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଉଚ୍ଛେଦ first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp