ପାହାଡ଼ ଉପରୁ ପାଣି ଆଣିଲେ ଝରଣ ଗ୍ରାମବାସୀ

ଦିଗପହଣ୍ଡି: ନିଜ ଚେଷ୍ଟାରେ ଗାଁକୁ ପାଣି ଆଣିଲେ ଗ୍ରାମବାସୀ । ପାହାଡ଼ ଉପରୁ ପାଇପ ପକାଇ ଘର ଦୁଆରେ ପାଣି ପାଉଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ଝରଣ ଗାଁର ଲୋକ । ପ୍ରତ୍ୟେକ ଲୋକ ଟଙ୍କା ଖର୍ଚ୍ଚ କରି ନିଆରା ପ୍ରୟାସ କରିଛନ୍ତି । ଗାଁରେ ବର୍ଷ ବର୍ଷ ଧରି ପାନୀୟଜଳ ସମସ୍ୟା ଲାଗି ରହିଥିବା ବେଳେ ନିଜ ପ୍ରଚେଷ୍ଟାରେ ଏବେ ସମସ୍ୟାର ସମାଧାନ କରିଛନ୍ତି ଗ୍ରାମବାସୀ । ନିଜେ କଲେ ନିଜ ସମସ୍ୟାର ସମାଧାନ । ଶୁଣିଲାନି ପ୍ରଶାସନ, ଅଣ୍ଟା ଭିଡିଲେ ଗ୍ରାମବାସୀ । ଦୁଆରେ ପହଞ୍ଚିଲା ଝରଣା ପାଣି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଝରଣ ଗାଁରେ ପିଇବା ପାଣିର ସମସ୍ୟା ବର୍ଷବର୍ଷ ଧରି ଲାଗି ରହିଥିଲା । ପ୍ରଶାସନ ପାଖରେ ବାରମ୍ବାର ଗୁହାରି ପରେ ବି ହେଉନଥିଲା ସମାଧାନ । ଶେଷରେ ନିଜେ ପ୍ରୟାସ କଲେ ଗ୍ରାମବାସୀ । ପାହାଡ ଉପରୁ ପାଇପ ପକାଇ ଗାଁକୁ ଝରଣା ପାଣି ଆଣିଛନ୍ତି । ବିନା ପମ୍ପ ଓ ବିଦ୍ୟୁତରେ ଗାଁକୁ ପାଣି ଆସୁଛି । ଏଥିପାଇଁ ପାହାଡ ଉପରେ ନିର୍ମାଣ ହୋଇଛି ତିନିଟି କୁଣ୍ଡ । ପାହାଡ ଉପରୁ ପାଣି ଆସି ଟାଙ୍କିରେ ରହି ଲୋକଙ୍କୁ ପାଖରେ ସବୁ ସମୟରେ ଉପଲବ୍ଧ ହେଉଛି । ଉଦ୍ୟମ ବଳରେ ଏଭଳି ସଫଳତା ପାଇଛନ୍ତି ଗାଁ ଲୋକ । ଯାହାକି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।

The post ପାହାଡ଼ ଉପରୁ ପାଣି ଆଣିଲେ ଝରଣ ଗ୍ରାମବାସୀ appeared first on .

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp