ପାରାଦୀପରୁ ଦାମୀ ମାଛ ଧରା ପଡ଼ିଲା
ପାରାଦୀପ: ପାରାଦୀପ ସମୁଦ୍ରରୁ ଧରା ହୋଇଛି ଦାମୀ ମାଛ । ଏହାର ଓଜନ ୨୮ କିଲୋଗ୍ରାମ ଥିବା ବେଳେ ତାକୁ ୧ ଲକ୍ଷ ୧୭ ହଜାର ୬ ଶହ ଟଙ୍କାରେ ବିକ୍ରି କରାଯାଇଥିବା ବେଳେ ମାଛର ନାଁ ତେଲିଆ ବା ତେଲିଆ ବୋରେଇ । ଏହି ମାଛ କିଲୋ ସର୍ବାଧିକ ୪ ହଜାର ୨ ଶହ ଟଙ୍କାରେ ବିକ୍ରି ହୋଇଛି । ଏହାକୁ ଆଜି କୋଲକାତାର ଜଣେ ବ୍ୟବସାୟୀ କିଣିଥିବା ଜଣାପଡିଛି।
ଆଜି ମତ୍ସ୍ୟଜୀବୀଙ୍କ ଡଙ୍ଗାରେ ପଡ଼ିଥିବା ୧୧ଟି ମାଛକୁ ଜଣେ ବ୍ୟବସାୟୀ ୫ ଲକ୍ଷ ୮୦ ହଜାର ଟଙ୍କାରେ କିଣି ନେଇଛନ୍ତି । ସେଥିମଧ୍ୟରୁ ବଡ଼ ମାଛର ଓଜନ ୨୮ କିଲୋଗ୍ରାମ ହୋଇଥିଲା । ଅଣ୍ଡିରା ତେଲିଆ ବୋରେଇ ମାଛର ଦାମ୍ ମାଈ ମାଛଠାରୁ ଅଧିକ ହୋଇଥାଏ। ଆକାର ଅନୁଯାୟୀ ଏହି ପ୍ରଜାତି ମାଛର କିଲୋ ପ୍ରତି ଦାମ୍ ୩ ହଜାରରୁ ନେଇ ୮/୧୦ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇଥାଏ। ତେଲିଆ ବା ତେଲିଆ ବୋରେଇ ମାଛର ‘ପୁଟି’ wine industry ଓ ଔଷଧୀୟ କମ୍ପାନୀଙ୍କ ପାଇଁ ଆବଶ୍ୟକ ହେଉଥିବା କୁହାଯାଉଛି । ତେଣୁ ଦେଶବିଦେଶରେ ଏହାର ବହୁତ ଚାହିଦା ରହିଛି।
ସେହିପରି ଏହି ମାଛମାନେ ଗଭୀର ସମୁଦ୍ରରୁ ମିଳିଥାଆନ୍ତି ବୋଲି ବତ୍ସ୍ୟଜୀବୀମାନେ କହିଛନ୍ତି ।