ନିୟମାବଳୀ ମାନି ଚଳ ବେପରୁଆ ହୁଅ ନାହିଁ : କେନ୍ଦ୍ର ସରକାର

ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ କମିଛି | କିଛିଟା ରାଜ୍ୟରେ ଲକଡାଉନ ମଧ୍ୟ ଖୋଲା ସାରିଛି | ଜୀବନ ଜୀବିକା ପୂର୍ବ ଅପେକ୍ଷା ସ୍ୱାଭାବିକ ହୋଇଛି | କରୋନାଭାଇରସ୍‌ ସମ୍ବନ୍ଧୀୟ ନିୟମାବଳୀ ପ୍ରତି ବେପରୁଆ ନ ହେବା ଲାଗି ଶନିବାର ଦିନ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ସତର୍କ କରାଇ ଦେଇଛନ୍ତି। କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ପତ୍ର ଲେଖି କହିଛନ୍ତି ଯେ ସକ୍ରିୟ ସଂକ୍ରମଣ ସଂଖ୍ୟାରେ ଅବନତି ଘଟୁଥିବାରୁ ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କଟକଣା କୋହଳ କରିବା ଆରମ୍ଭ କଲେଣି।

ମୁଁ ଗୁରୁତ୍ବାରୋପ କରି କହୁଛି ଯେ, କ୍ଷେତ୍ରବିଶେଷର ପରିସ୍ଥିତିର ମୂଲ୍ୟାୟନ ଆଧାରରେ କଟକଣା ଜାରି ଓ କୋହଳ କରିବା ନିଷ୍ପତ୍ତି ନିଆଯାଉ। ସଂକ୍ରମଣ ମାମଲା ହ୍ରାସ ପାଇବା ପରେ ବିଭିନ୍ନ କାର୍ଯ୍ୟକଳାପ ଉନ୍ମୁକ୍ତ କରିବାକୁ ଯାଉଥିବା ବେଳେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସବୁ ସୁନିଶ୍ଚିତ ହେବା ଉଚିତ ଯେ, କଟକଣା କୋହଳ ପ୍ରକ୍ରିୟା ସାବଧାନତାର ସହ ସମନ୍ବୟ ରକ୍ଷାକରି ଚାଲିଛି। ଭୂତାଣୁ ସଂକ୍ରମଣ ଶୃଙ୍ଖଳ ଛିନ୍ନ କରିବା ଲାଗି ସଫଳ ଟିକାକରଣ ଅଭିଯାନ ଅତ୍ୟାବଶ୍ୟକ। ଦେଶର କୋଭିଡ୍‌-୧୯ ପରିସ୍ଥିତିକୁ ନ ବିଗାଡ଼ିବା ଲାଗି ଏହି ନିୟମାବଳୀ ପ୍ରତି ନିୟମିତ ଦୃଷ୍ଟି ରଖିବା ଅପରିହାର୍ଯ୍ୟ ବୋଲି ଗୃହ ମନ୍ତ୍ରାଳୟ କହିଛି।

The post ନିୟମାବଳୀ ମାନି ଚଳ ବେପରୁଆ ହୁଅ ନାହିଁ : କେନ୍ଦ୍ର ସରକାର appeared first on .

Please follow and like us:

Leave a Reply

Your email address will not be published.

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp