ନିର୍ବାଚନ ପ୍ରଚାର ପାଇଁ ଏହି ଗାଁରେ ପଶିପାରନ୍ତିନି କୌଣସି ନେତା

ନିର୍ବାଚନ ପ୍ରଚାର ପାଇଁ ଏହି ଗାଁରେ ପଶିପାରନ୍ତିନି କୌଣସି ନେତା

ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନର ମତଦାନ ତାରିଖ ପାଖେଇ ଆସୁଥିବାବେଳେ ସମଗ୍ର ରାଜ୍ୟରେ ପ୍ରଚାର ଜୋରସୋରରେ ଚାଲିଛି। ଏସବୁ ମଧ୍ୟରେ ଗୁଜୁରାଟରେ ଏମିତି ଏକ ଗାଁ ଅଛି, ଯାହାକି ସବୁ ରାଜନୈତିକ ଦଳଙ୍କଠାରୁ ଦୂରରେ ରହିଥାଏ | ତେବେ କୌଣସି ନେତା ଏହି ଗାଁକୁ ଯାଆନ୍ତି ନାହିଁ ବୋଲି ଯଦି ଆପଣ ଭାବୁଥାନ୍ତି ଏହା ସମ୍ପୂର୍ଣ୍ଣ ଭୁଲ | ବାସ୍ତବରେ ଏହି ଗ୍ରାମର ଗ୍ରାମବାସୀ କୌଣସି ନେତାଙ୍କୁ ଗାଁରେ ପଶିବାକୁ ଦିଅନ୍ତି ନାହିଁ | ରାଜକୋଟ ଜିଲ୍ଲାର ରାଜସମାଦିଆ ଗାଁର ଗ୍ରାମ୍ୟ ଉନ୍ନୟନ କମିଟି ଗାଁରେ ରାଜନୈତିକ ଦଳର ପ୍ରବେଶ ତଥା ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଛି। ଗ୍ରାମ୍ୟ କମିଟି ପକ୍ଷରୁ କୁହାଯାଇଛି ଯେ ପ୍ରାର୍ଥୀଙ୍କୁ ପ୍ରଚାର କରିବାକୁ ଅନୁମତି ଦେବା ଏହି ଅଞ୍ଚଳ ପାଇଁ କ୍ଷତିକାରକ ହେବ। ସେଥିପାଇଁ କୌଣସି ରାଜନୈତିକ ଦଳ ଏଠାରେ ପ୍ରବେଶ କରିପାରିବେ ନାହିଁ। ରାଜକୋଟଠାରୁ ୨୦ କିଲୋମିଟର ଦୂରରେ ଥିବା ରାଜସମାଦିଆ ଗାଁ କେବଳ ରାଜନ ରାଜନୈତିକ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇ ନାହାଁନ୍ତି ବରଂ ଯେଉଁମାନେ ଭୋଟ୍ ନ ଦିଅନ୍ତି ସେମାନଙ୍କ ଉପରେ ୫୧ ଟଙ୍କା ଜରିମାନା ମଧ୍ୟ ଲାଗୁ କରିବାକୁ ଘୋଷଣା କରାଯାଇଛି।

ଗ୍ରାମ୍ୟ ଉନ୍ନୟନ କମିଟି ଦ୍ୱାରା ପ୍ରସ୍ତୁତ ନିୟମକୁ ଏଠାକାର ଲୋକମାନେ ମାନିଥାନ୍ତି ଓ ସେଥିପାଇଁ ଏହି ଗାଁରେ ପ୍ରାୟ ଶତପ୍ରତିଶତ ଭୋଟ୍ ଗ୍ରହଣ ହୋଇଥାଏ | ତେବେ ଗତ ନିର୍ବାଚନରେ ମଧ୍ୟ ଯେଉଁମାନେ ଭୋଟ ଦେଇନଥିଲେ ସେମାନଙ୍କଠାରୁ ୫୧ ଟଙ୍କା ଜରିମାନା ନିଆଯାଇଥିଲା । ଏପରିକି ଗାଁର ସରପଞ୍ଚ ମଧ୍ୟ ସହମତି ଅନୁଯାୟୀ ନିର୍ବାଚିତ ହୁଅନ୍ତି। ଗାଁର ସରପଞ୍ଚ କହିଛନ୍ତି ଯେ ୧୭୦୦ ଜନସଂଖ୍ୟା ବିଶିଷ୍ଟ ଏକ ଛୋଟ ଗାଁ ଏକ କମିଟି ଗଠନ କରିଛି | ଭୋଟ୍ ଦେବାର କିଛି ଦିନ ପୂର୍ବରୁ କମିଟି ସଦସ୍ୟ ଗ୍ରାମବାସୀଙ୍କ ଏକ ବୈଠକ କରନ୍ତି ଏବଂ ଯଦି କେହି ଭୋଟ୍ ଦେବେ ନାହିଁ, ତେବେ କମିଟିକୁ ଏହାର କାରଣ ଦେବାକୁ ପଡ଼ି଼ଥାଏ | ଉଲ୍ଲେଖ ଥାଉ କି ୧୯୮୩ ମସିହାରୁ ଗାଁରେ ରାଜନୈତିକ ଦଳମାନଙ୍କୁ ପ୍ରଚାର କରିବାକୁ ଅନୁମତି ନଦେବା ନିୟମ ରହିଛି |

Please follow and like us:
Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp