ନିରାକାରପୁର ମଦ ବୋଝେଇ କାର ଜବତ
ଖୋର୍ଦ୍ଧା: ଖୋର୍ଦ୍ଧା ନିରାକାରପୁର ଥାନା ଅଞ୍ଚଳରୁ ମଦ ବୋଝେଇ କାରକୁ ଜବତ କରିଛି ପୋଲିସ । ସୂଚନା ମୁତାବକ ନିରାକାରପୁର ଆଇଆଇସି ଗୀତାଞ୍ଜଳି ନାୟକ ଆଜି ଅପରାହ୍ନରେ ହାଇୱେ ପେଟ୍ରୋଲିଂ କରୁଥିବା ବେଳେ ଏକ ମଦ ବୋଝେଇ କାର ଯାଉଥିବାର ସୂଚନା ପାଇଥିଲେ।
ତେବେ ଉକ୍ତ କାରକୁ ଠାବ କରିବା ସମୟରେ କାଶୀପୁର ନିକଟରେ ଗାଡି ଚାଳକ ଏବଂ ତାଙ୍କ ସହଯୋଗୀ କାର ଛାଡି ଫେରାର ହୋଇଯାଇଥିଲେ। ପୋଲିସ ଉକ୍ତ କାରଟିକୁ ଜବତ କରି ତନ୍ମଧ୍ୟରୁ ୧୨୯ ଲିଟର ମଦ ଜବତ କରିଛି ଯେଉଁଥିରେ ୬୦ ଲିଟର ଦେଶୀ ମଦ ଥିବାବେଳେ ଅବଶିଷ୍ଟ ବିଦେଶୀ ମଦ ଅଟେ।
ଏ ଘଟଣାରେ ନିରାକାରପୁର ଥାନା ପୋଲିସ କେସ ନମ୍ବର ୧୦୫/୨୧ ରେ ଏକ ମାମଲା ରୁଜୁ କରିବା ସହ ଫେରାର ଅଭିଯୁକ୍ତ ମାନଙ୍କ ତଲାସ ଜାରି ରଖିଥିବାର ଆଇଆଇସି ଶ୍ରୀମତୀ ନାୟକ ସୂଚନା ଦେଇଛନ୍ତି।
Please follow and like us: