ନିଜ ଦେଶକୁ ଫେରିଯିବା ପାଇଁ ସରକାରଙ୍କ ସହଯୋଗ ଲୋଡ଼ିଲେ ଯାଜପୁରରେ ଫଶି ରହିଥିବା ବାଂଲାଦେଶୀ ଯୁବତୀ

ନିଜ ଦେଶକୁ ଫେରିଯିବା ପାଇଁ ସରକାରଙ୍କ ସହଯୋଗ ଲୋଡ଼ିଲେ ଯାଜପୁରରେ ଫଶି ରହିଥିବା ବାଂଲାଦେଶୀ ଯୁବତୀ

ଯାଜପୁର: ଓଡ଼ିଶାରେ ଫଶି ରହିଛନ୍ତି ବାଂଲାଦେଶୀ ଯୁବତୀ । ନିଜ ଦେଶକୁ ଫେରି ଯିବା ପାଇଁ ସରକାରଙ୍କୁ କଲେ ନିବେଦନ । ଫେରିଯିବାକୁ ବାରମ୍ବାର ଉଦ୍ୟମ କରି ମଧ୍ୟ ଫେଲ ମାରିବାରୁ ଏମିତି ନିବେଦନ କରିଛନ୍ତି । ଅଭିଯୋଗ ଅନୁସାରେ ୩ ବର୍ଷ ତଳେ ଦଲାଲଙ୍କ ଜରିଆରେ ୨ ଲକ୍ଷ ଟଙ୍କା ପ୍ରତିବଦଳରେ ଭାରତକୁ ଆଣିଥିଲେ ଜଣେ ଦଲାଲ । ତାପରେ ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳର ଅଜୟ ଦାସ ତାଙ୍କୁ କଲିକତାରେ ଦେହ ବ୍ୟବସାୟରେ ଲଗାଇଥିଲେ । କିନ୍ତୁ ପ୍ରଥମରୁ ଅରାଜି ଥିବା ବାଂଲାଦେଶୀ ଯୁବତୀ ଜଣକଙ୍କର ଅଜୟଙ୍କ ପୁଅ ସୂରଜଙ୍କ ସହ ପ୍ରେମ ସଂପର୍କ ଗଢ଼ି ଉଠିଥିଲା ।

ତେବେ ଦେହ ବ୍ୟବସାୟ ଜାଲରୁ ଖସି ଆସି ଦେଢ଼ ବର୍ଷ ହେବ ବାଙ୍ଗାଲୋର,ଗୁଜୁରାଟରେ ରହିବା ପରେ ଏବେ ଯାଜପୁର ଜାରକା ଅଂଚଳରୁ ଧର୍ମଶାଳା ପୁଲିସ ତାଙ୍କୁ ଉଦ୍ଧାର କରିଛି । ତେବେ ବାଙ୍ଗଲାଦେଶରେ କାମ ଅଭାବ ଥିବାରୁ ଭାରତରେ କିଛି କାମ କରି ଟଙ୍କା ରୋଜଗାର କରି ମାଆ ପାଖକୁ ପଠାଇବାକୁ ସ୍ୱପ୍ନ ଦେଖିଥିବା ଝିଅ ଆଜି ଭାଙ୍ଗି ପଡିଛି । ସେ କହିଛନ୍ତି, ‘ଭାରତରୁ ମୁଁ ମୋ ଦେଶକୁ ଫେରିଯିବାକୁ ଚାହେଁ । ତେଣୁ ସରକାର ମୋତେ ସହଯୋଗ କରନ୍ତୁ।’

The post ନିଜ ଦେଶକୁ ଫେରିଯିବା ପାଇଁ ସରକାରଙ୍କ ସହଯୋଗ ଲୋଡ଼ିଲେ ଯାଜପୁରରେ ଫଶି ରହିଥିବା ବାଂଲାଦେଶୀ ଯୁବତୀ first appeared on Sambad.

Please follow and like us:

Leave a Reply

Your email address will not be published.

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp