ନିଆରା ବାହାଘର : ବାହଘରରେ ଅଗ୍ନି ନୁହେଁ ସାକ୍ଷୀ ହେଲେ ମହାପୁରୁଷ

ନିଆରା ଢଙ୍ଗରେ ବାହାଘର । ଅଗ୍ନିକୁ ସାକ୍ଷୀ ରକ୍ଷୀ ଜଣେ ଆର ଜଣକୁ ଇହକାଳ ପରକାଳର ସାଥି ରୁପେ ହାତଧରନ୍ତି । ଏଥିପାଇଁ କେତେ ବାଜା କେତେ ରୋଷଣୀ,ପୁଣି କେତେ ବରଯାତ୍ରୀ ଆଉ ହୋଇଥାଏ କେତେ ଭୋଜି ଭାତର ଆୟୋଜନ । ହେଲେ ଏଠି କିନ୍ତୁ କିଛି ନଥିଲା । ନାଥିଲା ବାଜା, ନାଁ ଥିଲା ରୋଷଣୀ । କେବଳ ଜଣେ ଆଉ ଜଣକୁ ଜୀବନ ତାମମ ସଥିହୋଇ ରହିବାର ପ୍ରତିଶୃତି ଥିଲା । ଆଉ ଏଥିପାଇଁ ସାକ୍ଷୀବି ଅଗ୍ନି ନଥିଲେ ବରଂ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ଏବଂ ଗୌତମ ବୁଦ୍ଧଙ୍କୁ ସାକ୍ଷୀରଖି ହୋଇଥିଲା ବାହାଘର ।

ଏଭଳି ଏକ ନିଆରା ବାହାର ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ସେଲେଡି ଗାଁରେ । ଜିଲ୍ଲାର ବ୍ରାହ୍ମଣୀପାଲି ଗାଁର ଦଶରଥ ସୁନା ଏବଂ ସେଲେଡି ଗାଁ ତଥା ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସାନ୍ତନୁ କୁମ୍ଭକାରଙ୍କ ଭଉଣୀ ନଳିନୀ କୁମ୍ଭକାରୂ୍‌ଙ୍କ ମଧ୍ୟରେ ହୋଇଛି ଏହି ନିଆରା ବାହାଘର । ବିନା ଯୈାତୁକରେ କେବଳ ଏହି ଦୁଇ ମହାପୁରୁଷଙ୍କୁ ସାକ୍ଷୀ ରଖି ବାହା ହୋଇଛନ୍ତି ଦଶରଥ ଓ ନଳିନୀ । ୨୦୦୯-୧୦ ମସିହାରେ ଯୁକ୍ତଦୁଇ ପରୀକ୍ଷାରେ ସମଗ୍ର ରାଜ୍ୟରେ ଷଷ୍ଠ ସ୍ଥାନରେ ରହି ସବୁର୍ଣ୍ଣପୁର ଜିଲ୍ଲା ସମେତ ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଥିବା ଦଶରଥ ପୁଣିଥରେ ବିନା ଯୈାତୁକରେ ଏଭଳି ଏକ ନିଆରା ଢଙ୍ଗରେ ବାହାହୋଇ ଉଦାହରଣ ସୃଷ୍ଟି କରିଛନ୍ତି । ଦଶରଥ ଟାଟା ଇଷ୍ଟିଚ୍ୟୁଟ ଅଫ ମୁମ୍ବାଇରୁ ଏମଫିଲ ଡିଗ୍ରୀ ହାସଲକରି ଏବେ ରାମପୁର ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ କାର୍ଯ୍ୟକରୁଥିବାବେଳେ ନଳିନୀ ଜଣେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ଲକଡାଉନ ଭିତରେ ଗତ ୩୧ ତାରିଖରେ ଏମାନଙ୍କ ବାହାଘର ହୋଇଥିବାବେଳେ ଏବେ ଏହି ଭିଡିଓଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାସହ ଏମାନଙ୍କ ପାଖକୁ ଛୁଟୁଛି ପ୍ରଶଂସାର ସୁଅ ।

The post ନିଆରା ବାହାଘର : ବାହଘରରେ ଅଗ୍ନି ନୁହେଁ ସାକ୍ଷୀ ହେଲେ ମହାପୁରୁଷ appeared first on .

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp