ନଦୀରେ ବୁଡି ଯୁବକ ମୃତ
ମାଲାକନଗିରି : ମାଲାକନଗିରି ଜିଲ୍ଲା ପଡିଆ ବ୍ଳକ ବଜାଗୁଡା ଗ୍ରାମର ଜଣେ ଯୁବକ ଓଡିଶା ଓ ଛତ୍ତିଶଗଡ଼ ସୀମାକୁ ଲାଗିଥିବା ଶାବେରୀ ନଦୀରେ ବୁଡି ପ୍ରାଣ ହରାଇଥିବା ଜଣାପଡିଛି। ମୃତକ ଜଣକ ଗଙ୍ଗା ସୋୟାମ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ଯବଚ୍ଛେଦ ପାଇଁ କାଲିମେଳା ପଠାଇଥିବା ଜଣାପଡିଛି।
ଗଙ୍ଗା ଆଜି ମଧ୍ୟାହ୍ନ ସମୟରେ କାମଧାମ ସାରି ଶାବେରୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଦୀର୍ଘ ସମୟ ଧରି ଗଙ୍ଗା ଘରକୁ ନଫେରିବାରୁ ପରିବାର ଲୋକ ଡାକିବା ପାଇଁ ନଦୀକୁ ଯାଇଥିଲେ। ଗାଧୋଇବା ସ୍ଥାନରେ ମଧ୍ୟ ଗଙ୍ଗା ନମିଳିବାରୁ ଏଣେତେଣେ ଖୋଜାଖୋଜି କରିଥିଲେ । ପରେ ତଳ ମୁଣ୍ଡରେ ଗଙ୍ଗାର ମୃତ ଶରୀର ଭାସୁଥିବା ଗଙ୍ଗାର ସ୍ତ୍ରୀ ଦେଖିଥିଲେ । ଏହାପରେ ଗଙ୍ଗାର ସ୍ତ୍ରୀ ରାଙ୍ଗି ସୋୟାମ ଗ୍ରାମବାସୀଙ୍କୁ ଜଣାଇବା ସହ ପଡିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଅନ୍ୟପଟେ ଗଙ୍ଗାର ପରିବାରରେ ସ୍ତ୍ରୀ, ପାଞ୍ଚ ବର୍ଷର ପୁଅ ଓ ବର୍ଷକର ଗୋଟିଏ କୁନି ଝିଅ ରହିଥିବାରୁ ପିଲାଙ୍କ ଭବିଷ୍ୟତକୁ ନେଇ ପରିବାର ଲୋକ ଚିନ୍ତା ପ୍ରକଟ କରିଛନ୍ତି।