ଦ ଗ୍ରେଟ ଖଲିଙ୍କ ମାଆ ତାଣ୍ଡି ଦେବୀଙ୍କ ପରଲୋକ
ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ଦ ଗ୍ରେଟ୍ ଖଲି ଅର୍ଥାତ୍ ଦଲିପ ସିଂଙ୍କ ମାଆ ‘ତାଣ୍ଡି ଦେବୀଙ୍କର ରବିବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ତାଣ୍ଡି ଦେବୀ ଲୁଧିଆନାର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଚିକିତ୍ସା ସମୟରେ ୭୫ ବର୍ଷ ବୟସରେ ବିଳମ୍ବିତ ରାତିରେ ମୃତ୍ୟୁ ହୋଇଥିଲେ। ଆଜି ତାଙ୍କର ଶେଷ ରୀତିନୀତି କରାଯିବ।
ସୂଚନା ଅନୁଯାୟୀ, ତାଣ୍ଡି ଦେବୀଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ ଚାଲିଥିଲା। ଚିକିତ୍ସା ପାଇଁ ତାଙ୍କୁ ଲୁଧିଆନାର କେ ଦୟାନନ୍ଦ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଗତ ୧୫ ଦିନ ଧରି ଚିକିତ୍ସିତ ହେଉଥିଲେ। ରବିବାର ବିଳମ୍ବିତ ରାତିରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଡିଏମସି ହସ୍ପିଟାଲର ପିଆରଓ ଏହି ସୂଚନା ଦେଇଛନ୍ତି। ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଧ୍ୟ ଟ୍ୱିଟ କରି ତାଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।
Please follow and like us: