‘ଦ ଆର୍ଟ ଅଫ ଲାଇଫ’କୁ ଆଉଟଷ୍ଟାଣ୍ଡିଙ୍ଗ ଆଚିଭ୍‌ମେଣ୍ଟ ପୁରସ୍କାର

‘ଦ ଆର୍ଟ ଅଫ ଲାଇଫ’କୁ ଆଉଟଷ୍ଟାଣ୍ଡିଙ୍ଗ ଆଚିଭ୍‌ମେଣ୍ଟ ପୁରସ୍କାର

ଭୁବନେଶ୍ୱର: ଓଡ଼ିଆ ନିର୍ଦ୍ଦେଶକ ସନ୍ତୋଷ ପଣ୍ଡାଙ୍କ ହିନ୍ଦୀ ଚଳଚ୍ଚିତ୍ର ‘ଦ ଆର୍ଟ ଅଫ ଲାଇଫ’କୁ ଆଉଟଷ୍ଟାଣ୍ଡିଙ୍ଗ ଆଚିଭ୍‌ମେଣ୍ଟ ପୁରସ୍କାର ମିଳିଛି। ସିଙ୍ଗାପୁରରେ ଅନୁଷ୍ଠିତ ୱାର୍ଲଡ୍ ଫିଲ୍ମ କାର୍ଣ୍ଣିଭାଲରେ ଆୱାର୍ଡ-୨୦୨୧ରେ ଉକ୍ତ ପୁରସ୍କାର ଲାଭ କରିଛି। ଜାତୀୟ ତଥା ଅନ୍ତର୍ଜାତୀୟ ଚଳଚ୍ଚିତ୍ରକୁ ନେଇ ହୋଇଥିବା ମହୋତ୍ସବରେ ଭାଗ ନେଇ ଏହି ଚଳଚ୍ଚିତ୍ରଟି ଉଚ୍ଚ ପ୍ରଶଂସିତ ହୋଇଛି। ନିକଟରେ ଶ୍ରୀ ପଣ୍ଡାଙ୍କ ‘ଦ ଆର୍ଟ ଅଫ ଲାଇଫ’ ଚଳଚ୍ଚିତ୍ର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ, ଗୋଲ୍‌ଡେନ ସ୍ପାରୋ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ, ଫୁପୂହର ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଛି। ସେହିପରି ଦାଦା ସାହେବ ଫାଲ୍‌କେ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଏବଂ ବାଙ୍ଗାଲୋର ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ସମ୍ମାନଜନକ ଜୁରି ପୁରସ୍କାର ଲାଭ କରିଛି। ପୋର୍ଟ ବ୍ଲେୟାର ଅନ୍ତର୍ଜାତୀୟ ଫେଷ୍ଟିଭାଲରେ ଜୁରି ପୁରସ୍କାର ସମେତ ଶ୍ରେଷ୍ଠ କାହାଣୀ ଏବଂ ଚିତ୍ରନାଟ୍ୟ ପୁରସ୍କାର ପାଇଛି। ଏତଦ୍‌ବ୍ୟତୀତ ଲିଫ୍ଟ ଅଫ ଗ୍ଲୋବାଲ ଫିଲ୍ମ ଫେଷ୍ଟିଭାଲ, ୟୁକେ ଫିଲ୍ମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ, ଆମେରିକା ମଦେରିସା କୂର୍ତ୍ତାସ ଫିଲ୍ମ ଫେଷ୍ଟିଭାଲ, ବର୍ଜିନ ସ୍ପ୍ରିଙ୍ଗ ସିନେଫେଷ୍ଟ ଆଦି ଫିଲ୍ମ ମହୋତ୍ସବକୁ ମନୋନୀତ ହୋଇ ପ୍ରଦର୍ଶିତ ହୋଇଛି।

ଉକ୍ତ ଫିଲ୍ମଟି ବାଲୁକା କଳା ଉପରେ ଆଧାରିତ। ଫିଲ୍ମଟି ୪୩ ମିନିଟ ଅବଧିରେ ହୋଇଥିବା ବେଳେ ସୁଶାନ୍ତ ମିଶ୍ର, ଜୁବୁଲି ସୁନ୍ଦରରାୟ, ନିତୁ ମିଶ୍ର ଏବଂ କଳିଙ୍ଗ ଦାଶ ପ୍ରମୁଖ ଅଭିନୟ କରିଛନ୍ତି। ଫିଲ୍ମରେ ଥିବା ଇଂରାଜୀ ଗୀତକୁ ପ୍ରଫେସର ରମାକାନ୍ତ ମିଶ୍ର ରଚନା କରିଥିବା ବେଳେ ଇଣ୍ଡିଆନ ଆଇଡଲ୍ ଫେମ ଚେଲସି ବେହୁରା ଗୀତ ଗାଇଛନ୍ତି। ପ୍ରସନ୍ନ ପୃଷ୍ଟି ଏବଂ ସନ୍ତୋଷ ପଣ୍ଡା ଯୁଗ୍ମ ପ୍ରଯୋଜକ ଦାୟିତ୍ବ ନେଇଛନ୍ତି। ଦିବଂଗତ ଦୀପଙ୍କର ଜାନହା କ୍ୟାମେରା, ଏସ ରମେଶ, ରାଜେଶ ଦାଶ ସମ୍ପାଦନା ଭାର ବହନ କରିଛନ୍ତି।

The post ‘ଦ ଆର୍ଟ ଅଫ ଲାଇଫ’କୁ ଆଉଟଷ୍ଟାଣ୍ଡିଙ୍ଗ ଆଚିଭ୍‌ମେଣ୍ଟ ପୁରସ୍କାର first appeared on Sambad.

Please follow and like us:
Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp