ଦୈନିକ ଟିକାକରଣରେ ଆନ୍ଧ୍ରପ୍ରଦେଶର ରେକର୍ଡ : ଆନ୍ଧ୍ର ସ୍ୱାସ୍ଥ୍ୟ ବିଭାଗର ସୂଚନା; ରବିବାର ଦିନକରେ ଦିଆଯାଇଛି ୧୩ଲକ୍ଷ ୨୬ ହଜାର ୪୧୦ ଡୋଜ୍

ଦୈନିକ ଟିକାକରଣରେ ଆନ୍ଧ୍ରପ୍ରଦେଶର ରେକର୍ଡ : ଆନ୍ଧ୍ର ସ୍ୱାସ୍ଥ୍ୟ ବିଭାଗର ସୂଚନା; ରବିବାର ଦିନକରେ ଦିଆଯାଇଛି ୧୩ଲକ୍ଷ ୨୬ ହଜାର ୪୧୦ ଡୋଜ୍

କନକ ବ୍ୟୁରୋ : ଦୈନିକ ଟିକାକରଣରେ ଆନ୍ଧ୍ରପ୍ରଦେଶର ରେକର୍ଡ । ମେଗା ଟିକାକରଣ ଅଭିଯାନର ଆୟୋଜନ କରି ଦିନକରେ ୧୩ଲକ୍ଷ ଡୋଜ୍ ଦେଇ ସାରାବିଶ୍ୱରରେ ରେକର୍ଡ କରିଛି ଆନ୍ଧ୍ର ସରକାର । ଆନ୍ଧ୍ର ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ରବିବାର ଦିନକରେ ୧୩ଲକ୍ଷ ୨୬ ହଜାର ୪୧୦ ଡୋଜ୍ ଦିଆଯାଇଛି ।

ଏନେଇ ସୂଚନା ଦେଇ ଆନ୍ଧ୍ର କୋଭିଡ୍ ଟ୍ୟାସ୍କ ଫୋର୍ସ ଅଧ୍ୟକ୍ଷ କେଏସ ଜୱାହାର ରେଡ୍ଡୀ କହିଛନ୍ତି, ଏହା ଦର୍ଶାଉଛି ଯେ ଯଦି କେନ୍ଦ୍ର ସରକାର ଟିକା ଯୋଗାଣ ଠିକ ଭାବରେ କଲେ, ଦୈନିକ ୧୦ ଲକ୍ଷରୁ ଅଧିକ ଡୋଜ୍ ଦେବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ଆନ୍ଧ୍ରରେ ଏପର୍ଯ୍ୟନ୍ତ ୧କୋଟି ୧୧ ଲକ୍ଷ ୪୫ ହଜାର ୭୩୮ ଜଣଙ୍କୁ ଟିକା ଦିଆଯାଇଛି । ୨୭ ଲକ୍ଷ ୩୫ ହଜାର ୬୪୮ ଲୋକ ଟିକାର ଦୁଇଟି ଯାକ ଡୋଜ୍ ନେଇ ସାରିଛନ୍ତି ।

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp