ଦୈନଦିନ ଜୀବନେରେ ସାମିଲ କରନ୍ତୁ ବାଦାମ କ୍ଷୀର

ଦୈନଦିନ ଜୀବନେରେ ସାମିଲ କରନ୍ତୁ ବାଦାମ କ୍ଷୀର

ସ୍ୱାସ୍ଥ୍ୟ /ଜୀବନଚର୍ଯ୍ୟା : ବାଦାମ-କ୍ଷୀର ପିଇବା ଦ୍ବାରା, ଅନେକ ସ୍ୱାସ୍ଥ୍ୟ ଲାଭ ମିଳିଥାଏ । ପ୍ରତିଦିନ ଏହା ସେବନ କରିବା ଦ୍ବାରା, ଶରୀରରୁ ଅନେକ ରୋଗ ବେମାରୀ ଦୂର କରିବାରେ ଏହା ସାହାଯ୍ୟ କରେ । ବାଦାମରେ କ୍ୟାଲସିୟମ,ମ୍ୟାଗ୍ନେସିୟମ,ଭିଟାମିନ,ପ୍ରୋଟିନ,ଜିଙ୍କ,କପର ଭଳି ଅନେକ ପୋଷକ ତତ୍ୱ ଭରପୁର ରହିଥାଏ । ଏହା ସହିତ କ୍ଷୀରରେ ପ୍ରୋଟିନ, ,କ୍ୟାଲସିୟମ ଭଳି ପୋଷକ ତତ୍ବ ଭରି ରହିଥାଏ । ତେବେ ଆସନ୍ତୁ ଜାଣିବା ବାଦାମ-କ୍ଷୀରର ସ୍ୱାସ୍ଥ୍ୟ ଉପକାରୀତା ସମ୍ପର୍କରେ ।

 ଯେଉଁମାନଙ୍କ ଠାରେ ହିମଗ୍ଲୋବିନ୍ ର ଅବାଭ ରହିଥାଏ, ସେମାନେ ପ୍ରତିଦିନ ବାଦାମ-କ୍ଷୀର ସେବନ କରିବା ଉଚିତ୍ ବୋଲି କୁହାଯାଏ । ଏହା ସେବନ କରିବା ଦ୍ବାରା, ଏହା ରକ୍ତହୀନତା ସମସ୍ୟାକୁ ଦୂର କରିବାରେ ସାହାସ୍ୟ କରେ ।
 ନିଦ୍ରାହୀନତାର ଶୀକାର ହେଉଥିଲେ,ଏଥିପାଇଁ ପ୍ରତିଦିନ ଏକ ଗ୍ଲାସ ବାଦାମ-କ୍ଷୀର ସେବନ କରିବା ଆବଶ୍ୟକ ହୋଇଥାଏ  । ଏହା ଦ୍ବାରା ଉତ୍ତମ ନିଦ ହୋଇଥାଏ ।
 ଦୁର୍ବଳତା ଅନୁଭବ ହେଉଥିଲେ, ପ୍ରତିଦିନ ବାଦାମ-କ୍ଷୀର ସେବନ କରି ପାରିବେ । ଏହା ଶରୀରକୁ ଏନର୍ଜି ପ୍ରଦାନ କରିଥାଏ । ବାଦାମରେ ଭିଟାମିନ ଭରପୁର ମାତ୍ରରେ ରହିଥାଏ । ଯାହା ଦ୍ବାରା ଦୁର୍ବଳତା ସମସ୍ୟା କମ୍ ହୋଇଥାଏ ।
ବାଦାମ ଏବଂ କ୍ଷୀର ଉଭୟ   ସ୍ବାସ୍ଥ୍ୟ ପାଇଁ ଉପକାରୀ । ବାଦାମରେ ଫାଇବରର ମାତ୍ରା ଭରପୁର ରହିଥାଏ । ତେବେ ବାଦାମ-କ୍ଷୀର ସେବନ କରିବା ଦ୍ବାରା, ଏହା  ପେଟ ଗ୍ୟାସ ସମସ୍ୟାରୁ ରକ୍ଷା କରିବା ସହିତ, ପେଟ ଜନିତ ବିଭିନ୍ନ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ । ପାଚନ ତନ୍ତ୍ରକୁ ଭଲ ରଖିଥାଏ ।
ଇମ୍ୟୁନିଟିକୁ ମଜବୁତ କରିବାରେ ସାହାଯ୍ୟ କରେ ବାଦାମ-କ୍ଷୀର । ଏଥିରେ ଭରପୁର ଥିବା ପୋଷକ ତତ୍ବ, ଇମ୍ୟୁନିଟିକୁ ମଜବୁତ୍ କରିବାରେ ସାହାଯ୍ୟ କରେ

Please follow and like us:

Leave a Reply

Your email address will not be published.

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp