ଦୋକାନ ଭିତରେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ଦୋକାନୀ ଗିରଫ

ଦୋକାନ ଭିତରେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ଦୋକାନୀ ଗିରଫ

ଭୁବନେଶ୍ବର : ଚକୋଲେଟ୍‌ କିଣିବାକୁ ଆସିଥିବା ଜଣେ ନାବାଳିକାକୁ ଦୋକାନ ଭିତରକୁ ଡାକି ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ଜଣେ ଭେରାଇଟି ଷ୍ଟୋର ଦୋକାନୀକୁ ଗିରଫ କରିଛି ଖାରବେଳ ନଗର ଥାନା ପୁଲିସ। ଅଭିଯୁକ୍ତ ହେଉଛି ୟୁନିଟ୍‌ ୯ ମଧୁସୂଦନ ନଗରର ଗୋପାଳ ବାରିକ। ଅଭିଯୋଗ ହେବା ପରେ ଖାରବେଳ ନଗର ଥାନା ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଶନିବାର ସଟ୍‌ଡାଉନ୍ ଥିଲେ ମଧ୍ୟ ଗୋପାଳ ତାଙ୍କ ଭେରାଇଟି ଷ୍ଟୋର ‌ଲୁଚେଇ ଖୋଲିଥିଲେ ଏବଂ ନାବାଳିକା ଜଣକ ତାଙ୍କ ଦୋକାନକୁ ଚକୋଲେଟ୍‌ କିଣିବାକୁ ଆସିଥିଲା। ସଟ୍‌ଡାଉନ୍‌ ପାଇଁ ସବୁ ବନ୍ଦ ଥିବାରୁ କେହି କୁଆଡ଼େ ନଥିଲେ। ଏହାର ସୁଯୋଗ‌ ନେଇ ପୁଲିସ ଆସିବ କହି ଗୋପାଳ ନାବାଳିକାକୁ ଦୋକାନ ଭିତରକୁ ଡାକି ନେଇଥିଲା ଏବଂ ସେଠାରେ ତାକୁ ଦୁଷ୍କର୍ମ ଉଦ୍ୟମ କରିଥିଲା। ତେବେ ନାବାଳିକା ଜଣକ ଚିତ୍କାର କରିବାରୁ ସେ ତାକୁ ଛାଡ଼ି ଦେଇଥିଲା। ନାବାଳିକା ଜଣକୁ ଘରକୁ ଯାଇ ସବୁ କଥା କହିବାରୁ ନାବାଳିକାର ମା’ ଏ ନେଇ ଥାନାରେ ଅଭିଯୋଗ କରିଥିଲେ।

ନାବାଳିକକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ
ଭୁବନେଶ୍ବର : ନାବାଳିକାକୁ ବୁଲେଇବାକୁ ନେଇ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଅଭିଯୋଗ ହେବା ପରେ କ୍ୟାପିଟାଲ ଥାନା ପୁଲିସ ଅଭିଯୁକ୍ତ ଜଟଣୀ ଅଞ୍ଚଳର ଅଭିଷେକ ନାୟକକୁ ଗିରଫ କରିଛି। ନାବାଳିକା ଜଣକ କ୍ୟାପିଟାଲ ଥାନା ଅଞ୍ଚଳରେ ରହନ୍ତି। ଅଭିଷେକ ତାଙ୍କର ପୂର୍ବରୁ ପରିଚିତ। ଦୁଇଦିନ ତଳେ ସେ ନାବାଳିକାକୁ ବୁଲାଇବାକୁ ଏକ ବାଇକ୍‌ରେ ବସାଇ ନେଇ ଯାଇଥିଲା ଏବଂ ଭୁବନେଶ୍ବର ବାହାରକୁ ନେଇ ଜଙ୍ଗଲରେ ଦୁଷ୍କର୍ମ କରିଥିଲା। ନାବାଳିକା ଜଣକ ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ। ଗତକାଲି ବିଳମ୍ବିତ ସନ୍ଧ୍ୟାରେ ନାବାଳିକା ପହଞ୍ଚିବା ପରେ ପଚରାଉଚରାରୁ ଦୁଷ୍କର୍ମ ହୋଇଥିବା ଜଣାପଡ଼ିଥିଲା। ନାବାଳିକାଠାରୁ ଅଭିଯୁକ୍ତର ପରିଚୟ ପାଇବା ପରେ ପୁଲିସ ତାକୁ ଗିରଫ କରିଥିଲା।

The post ଦୋକାନ ଭିତରେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ଦୋକାନୀ ଗିରଫ first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp