ଦେଶରେ କରୋନାର ୨ୟ ଲହର ଶେଷ ହୋଇଯାଇଛି କି ?
ନୂଆଦିଲ୍ଲୀ : ଭାରତରେ ଗତ କିଛି ଦିନ ହେଲା କରୋନା ମହାମାରୀର ପ୍ରକୋପ କମିଚାଲିଛି । ଦୈନିକ ସଂକ୍ରମଣ କମି କମି ଏବେ ୫୦ ହଜାର ତଳକୁ ଖସିଆସିଛି । ଗତ ୧୫ ଦିନ ହେଲା ଦେଶରେ ପଜିଟିଭିଟି ହାର ୫ ପ୍ରତିଶତ ତଳକୁ ରହିଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ଗାଇଡଲାଇନ ଅନୁସାରେ ଯଦି ଗୋଟିଏ ଅଞ୍ଚଳରେ ପଜିଟିଭିଟି ହାର କ୍ରମାଗତ ୧୫ ଦିନ ପାଇଁ ୫ ପ୍ରତିଶତ ତଳକୁ ରହେ ତେବେ ସେହି ଅଞ୍ଚଳକୁ ଖୋଲାଯାଇପାରିବ । ଏଣୁ ଭାରତ ଏବେ ଡବ୍ଲୁଏଚଓର ଏହି ମାନଦଣ୍ଡକୁ ହାସଲ କରିପାରିଛି ।
କିନ୍ତୁ ବିଶେଷଜ୍ଞମାନେ ଏ ପ୍ରସଙ୍ଗରେ ଭିନ୍ନ ମତ ରଖୁଛନ୍ତି । ଏବେ ଦେଶରେ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ । ଏଣୁ ସରକାରଙ୍କୁ ସତର୍କତାର ସହ ପଦକ୍ଷେପ ନେବାକୁ ହେବ । ଲୋକମାନଙ୍କୁ ମଧ୍ୟ ସତର୍କ ରହିବାକୁ ପଡ଼ିବ । ସତର୍କ ନହେଲେ ପୁଣି କରୋନା ଫେରିବାକୁ ଅଧିକ ସମୟ ଲାଗିବ ନାହିଁ ।
ସୂଚନାଯୋଗ୍ୟ ଯେ, ଭାରତରେ ଗତ ୨୪ ଘଣ୍ଟାରେ ଦେଶରେ ୪୨,୬୪୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୯୧ ଦିନରେ ଏହା ସର୍ବନିମ୍ନ ଦୈନିକ ସଂକ୍ରମଣ । ଏହା ଫଳରେ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୨ କୋଟି ୯୯ ଲକ୍ଷକୁ ବୃଦ୍ଧି ପାଇଛି । ଏହି ୨୪ ଘଣ୍ଟାରେ ଦେଶରେ ୧୧୬୭ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।
The post ଦେଶରେ କରୋନାର ୨ୟ ଲହର ଶେଷ ହୋଇଯାଇଛି କି ? first appeared on Sambad.