ଦେଶରେ କମୁଛି କରୋନା ଗ୍ରାଫ୍‌: ୫୩ହଜାର ୨୫୬ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଦେଶରେ କମୁଛି କରୋନା ଗ୍ରାଫ । ଦ୍ୱିତୀୟ ଲହରରେ ଖସୁଛି ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୫୩ ହଜାର ୨୫୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୮୮ ଦିନ ପରେ ୫୪ ହଜାର ତଳେ ରହିଛି ଦୈନିକ ସଂକ୍ରମଣ । ସେହିଭଳି ୨୪ ଘଣ୍ଟାରେ ୧୪ଶହ ୨୨ ଜଣକ ଜୀବନ ନେଇଛି ଭୂତାଣୁ । ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୭୮ ହଜାର ୧୯୦ ଜଣ । ମୋଟ୍ ଆକଟିଭ୍ କେସ୍ ହେଉଛି ୭ ଲକ୍ଷ ୨ ହଜାର ୮୮୭ । ଦେଶରେ ଏଯାବତ୍ ୨ କୋଟି ୯୯ ଲକ୍ଷ ୩୫ ହଜାର ୨୨୧ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ମୋଟ ସୁସ୍ଥ ହୋଇଛନ୍ତି ୨ କୋଟି ୮୮ ଲକ୍ଷ ୪୪ ହଜାର ୧୯୯ ଜଣ ଓ ୩ ଲକ୍ଷ ୮୮ ହଜାର ୧୩୫ ଜଣକ ଜୀବନ ନେଇଛି ଭାଇରସ । ସେହିଭଳି ଟିକାକରଣରେ ସାମିଲ ହୋଇଛନ୍ତି ୨୮ କୋଟି ୩୬ ହଜାର ୮୯୮ ଜଣ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୩୦୩୧ ନୂଆ କରୋନା ସଂକ୍ରମିତ ଚିହ୍ନଟ

The post ଦେଶରେ କମୁଛି କରୋନା ଗ୍ରାଫ୍‌: ୫୩ହଜାର ୨୫୬ ସଂକ୍ରମିତ ଚିହ୍ନଟ appeared first on .

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp