ଦୁର୍ବୃତ୍ତଙ୍କ ଆକ୍ରମଣରେ ଯୁବକ ମୃତ, ମହିଳା ଗୁରୁତର

ଦୁର୍ବୃତ୍ତଙ୍କ ଆକ୍ରମଣରେ ଯୁବକ ମୃତ, ମହିଳା ଗୁରୁତର

କଟକ: କଟକ ମାଲଗୋଦାମ ଥାନା ଅନ୍ତର୍ଗତ କଲେଜ ଛକ ସିଡିଏ ମାର୍କେଟରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଫୁଟ୍‌ପାଥ୍‌ରେ ଶୋଇଥିବା ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛି । ତାଙ୍କୁ ଗୁରୁତର ଅବସ୍ଥାରେଏସସିବିରେ ଭର୍ତ୍ତି କରାଯାଇଛି । ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ମାଲଗୋଦାମ ପୋଲିସ ତଦନ୍ତ ଜାରି ରଖିଛି ।

ମୃତକଙ୍କ ନାଁ ସନାତନ ଦାସ ଓ ଘର ଜଗତସିଂହପୁର ଜିଲ୍ଲାରେ । ସେ ଜଣେ ଶ୍ରମିକ ଶ୍ରେଣୀର ବୋଲି ସୂଚନା ମିଳିଛି । ସେ ଫୁଟପାଥରେ ରାତ୍ରିଯାପନ କରୁଥିଲେ । ସେହିପରି ଗୁରୁତର ମହିଳାଙ୍କ ନାଁ ମାଳତି ବିଶ୍ୱାଳ । ତେବେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ଖୋଳତାଡ କରୁଛି ମାଲଗୋଦାମ ଥାନା ପୋଲିସ । 

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp