ଦୁର୍ଘଟଣାଗ୍ରସ୍ତ ଟ୍ରକର ସିକ୍ରେଟ ଚାମ୍ବରରୁ ୫୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
ଜଗତପୁର: ଆଜି ବଢ଼ି ଭୋର ସମୟରେ ଜଗତପୁର ଥାନା ପୁଲିସ ଗଞ୍ଜେଇ ଚୋରାଚାଲାଣ ସମ୍ପର୍କରେ ଖବର ପାଇ ତଦନ୍ତ ଜାରିରଖିଥିଲା ବେଳେ ୧୬ ନଂ ଜାତୀୟ ରାଜପଥସ୍ଥିତ ମହାନଦୀ ବ୍ରିଜ ଉପରୁ ଏକ ଦୁର୍ଘଟଣାଗ୍ରସ୍ତ ଟ୍ରକ ମଧ୍ୟରୁ ଚୋରା ଗଞ୍ଜେଇ ଜବତ କରିଥିଲା। ପ୍ରାପ୍ତ ସୂଚନା ମୁତାବକ କଟକରୁ ମଙ୍ଗୁଳି ଅଭିମୁଖେ ଯାଉଥିବା ଟ୍ରକ ମହାନଦୀ ବ୍ରିଜ ଉପରେ ଅନ୍ୟ ଏକ ଟ୍ରକକୁ ଧକ୍କା ଦେଇ ଓଲଟି ପଡିଥିଲା ଓ ଥାନା ପୁଲିସ ସେଠାରେ ପହଁଞ୍ଚିବା ସମୟରେ ଟ୍ରକ ମଧ୍ୟରେ ଥିବା ସିକ୍ରେଟ ଚାମ୍ବରରେ ଚୋରା ଚାଲାଣ ହେଉଥିବା ଗଞ୍ଜେଇ ଭର୍ତ୍ତି ଥିବା ଠାବ କରିଥଲା। ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଓ ହେଲପ୍ର ଫେରାର ହୋଇଯାଇଥିଲେ।
Sambad
ଥାନା ପୁଲିସ ବେଆଇନ ଗଞ୍ଜେଇ ବୋଝେଇ ଟ୍ରକଟିକୁ ଥାନାକୁ ଆଣିଥିଲା। ଏହି ଟ୍ରକରୁ ୫.୬ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିଲା, ଯାହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କଟକ ଜୋନ-୧ ଏସିପି ଅମରେନ୍ଦ୍ର ପଣ୍ଡା ଓ ଜଗତପୁର ଥାନା ଆଇଆଇସି ରବୀନ୍ଦ୍ର ନାଥ ମେହେର ସୂଚନା ଦେଇଥିଲେ। ରାଜ୍ୟ ବ୍ୟାପି ଗଞ୍ଜେଇ ଚୋରାଚାଲାଣ ବେଧଡ଼କ ଚାଲୁଥିବା ଥିବା ବେଳେ କେବେ କେମିତି ପୁଲିସ ପଞ୍ଝାରେ ଅପରାଧୀ ଧରା ପଡୁଛନ୍ତି, କିନ୍ତୁ ପୁଲିସ ଏହି ଚୋରା ଚାଲାଣ ରାକେଟ ଧରିବାରେ ସକ୍ଷମ ହୋଇପାରୁନି।
The post ଦୁର୍ଘଟଣାଗ୍ରସ୍ତ ଟ୍ରକର ସିକ୍ରେଟ ଚାମ୍ବରରୁ ୫୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ, ଡ୍ରାଇଭର ଫେରାର first appeared on Sambad.