ଦିନକ ପରେ ଦେଶରେ ପୁଣି ତୈଳ ଦର ବୃଦ୍ଧି
ଦିନକର ଆଶ୍ଵସ୍ତି ପରେ ଆଜି ପୁଣିଥରେ ଦେଶରେ ପେଟ୍ରୋଲ ଓ ଡିଜେଲର ଦାର ବୃଦ୍ଧି ପାଇଛି। ପେଟ୍ରୋଲର ମୂଲ୍ୟ ୨୭ ରୁ ୨୮ ପଇସା ଏବଂ ଡିଜେଲ ଦର ଲିଟର ପିଛା ୨୬ ରୁ ୨୮ ପଇସା ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦାମ ୨୮ ପଇସା ଓ ଡିଜେଲର ଲିଟର ପିଛା ଦାମ ୨୬ ପଇସା ମହଙ୍ଗା ହୋଇଛି। ବର୍ଦ୍ଧିତ ଦର ପରେ ପେଟ୍ରୋଲର ଲିଟର ପିଛା ଦାମ ୯୭.୫୦ ଟଙ୍କା ଓ ଡିଜେଲର ଲିଟର ପିଛା ଦାମ ୮୮.୨୩ ଟଙ୍କାରେ ପହଞ୍ଚି ଯାଇଛି।
ଦେଶରେ ଉଭୟ ପେଟ୍ରୋଲ ଓ ଡିଜେଲର ଦାମ ଐତିହାସିକ ରେକର୍ଡ ସ୍ତରରେ ପହଞ୍ଚି ଯାଇଛି। ଏକାଧିକ ସହରରେ ପେଟ୍ରୋଲ ୧୦୦ ଟଙ୍କା ଅତିକ୍ରମ କରିଥିବା ବେଳେ ଡିଜେଲର ଦାମ ମଧ୍ୟ ସେଞ୍ଚୁରୀ ପାଖରେ ପହଞ୍ଚି ଗଲାଣି। ଆଜିର ବର୍ଦ୍ଧିତ ଦର ପରେ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୩.୬୩ ଟଙ୍କାରେ ବିକ୍ରି ହେଉଛି। ସେହିପରି ଡିଜେଲ ଲିଟର ପିଛା ୯୫.୭୨ ଟଙ୍କାକୁ ବୃଦ୍ଧି ପାଇଛି।
ଚେନ୍ନାଇରେ ବି ପେଟ୍ରୋଲ ଓ ଡିଜେଲ ୨୫ ପଇସା ଲେଖାଏ ମହଙ୍ଗା ହୋଇଛି। ଆଜି ଚେନ୍ନାଇରେ ପେଟ୍ରୋଲର ଲିଟର ପିଛା ଦାମ ୯୮.୬୫ ଟଙ୍କା ଓ ଡିଜେଲ ଲିଟର ପିଛା ୯୨.୮୩ ଟଙ୍କାରେ ବିକ୍ରି ହେଉଛି। ସେହିପରି କୋଲକାତାରେ ଆଜି ଡିଜେଲର ଲିଟର ପିଛା ଦାମ ୯୧.୦୮ ଟଙ୍କା ଓ ପେଟ୍ରୋଲ ଦର ଲିଟର ପିଛା ୯୭.୩୮ ଟଙ୍କା ରହିଛି।
ଭୁବନେଶ୍ୱରେ ପେଟ୍ରୋଲର ଲିଟର ପିଛା ଦର ୯୮.୨୭ ଟଙ୍କା ଓ ଡିଜେଲ ଲିଟର ପିଛା ୯୬.୧୫ ଟଙ୍କା ରହିଛି ।