ଦିନକରେ ୧୩ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦେଇ ଆନ୍ଧ୍ରର ରେକର୍ଡ
ହାଇଦ୍ରାବାଦ: ଗୋଟିଏ ଦିନରେ ୧୩ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦେଇ ରବିବାର ଦିନ ଆନ୍ଧ୍ରପ୍ରଦେଶ ନୂଆ ରେକର୍ଡ ସୃଷ୍ଟି କରିଛି। ଗତରାତି ୯ଟାରେ ଶେଷ ହୋଇଥିବା ସ୍ବତନ୍ତ୍ର ଟିକାକରଣ ଅଭିଯାନରେ ସମଗ୍ର ରାଜ୍ୟରେ ଲୋକମାନଙ୍କୁ ୧୩,୪୫,୦୦୪ ଡୋଜ୍ ଟିକା ଦିଆଯାଇଛି। ଏହା ପୂର୍ବ ଦିନ ମଧ୍ୟ ୬ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦେଇ ଆନ୍ଧ୍ରପ୍ରଦେଶ ରେକର୍ଡ ସୃଷ୍ଟି କରିଥିଲା।
ଏଥିସହ ୧କୋଟିରୁ ଅଧିକ ଆନ୍ଧ୍ରବାସୀଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇ ଆଉ ଏକ ସଫଳତା ମଧ୍ୟ ହାସଲ କରାଯାଇଛି। ଏକ ବିବୃତିରେ ରାଜ୍ୟ ସରକାର କହିଛନ୍ତି, ସନ୍ଧ୍ୟା ୮ଟା ସୁଦ୍ଧା ସମଗ୍ର ରାଜ୍ୟରେ ୧୩ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି। ଏହା ହେଉଛି ଜାତୀୟ ଟିକାକରଣ ଅଭିଯାନର ପ୍ରାୟ ୫୦%। ଏହା ଏକ ଉଲ୍ଲେଖନୀୟ ଘଟଣା। ଏଥିରୁ ଜଣାପଡୁଛି, ଭାରତ ସରକାର ଟିକା ଯୋଗାଇ ଚାଲିଲେ ଆମର ଡାକ୍ତରୀ ଦଳ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଦୈନିକ ୧୦ ଲକ୍ଷ ଲୋକଙ୍କୁ ଟିକା ଦେଇ ପାରିବେ।
Please follow and like us: