ଦଲାଲ କବ୍‌ଜାରେ ସରକାରୀ ମିଲ୍‌

ଦଲାଲ କବ୍‌ଜାରେ ସରକାରୀ ମିଲ୍‌

ବୌଦ୍ଧ : ସରକାରୀ ମିଲ୍‌। ସରକାରୀ କାଗଜପତ୍ରରେ ମିଲ୍‌ ଅଚଳ ଥିବା ବେଳେ ପ୍ରକୃତରେ ତାହା କାର୍ଯ୍ୟକ୍ଷମ ରହିଛି। ୫ ବର୍ଷ ହେବ ଜଣେ ବ୍ୟକ୍ତି କବ୍‌ଜା କରି ରଖିଛନ୍ତି। ହେଲେ ଲାଭାଂଶ ସରକାରୀ ତହବିଲକୁ ଯାଉନାହିଁ। ଲାଭାଂଶ ଖାଉଛନ୍ତି ଦଲାଲ। ଏଥିରେ ସାମିଲ ହୋଇଛନ୍ତି ବିଭାଗୀୟ ଅଧିକାରୀ। ଏଭଳି ଏକ ଅଭିଯୋଗ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ତିଲେଶ୍ବର ଗ୍ରାମରୁ ଆସିଛି।

ଅଭିଯୋଗ ଅନୁସାରେ, ଗ୍ରାମାଞ୍ଚଳରେ ଶିଳ୍ପର ଉନ୍ନତି ପାଇଁ ୧୯୯୦ରେ ରାଜ୍ୟ ସରକାରଙ୍କ ଦ୍ବାରା ଗ୍ରାମାଞ୍ଚଳରେ ଛୋଟ ଛୋଟ ଶିଳ୍ପ ଆରମ୍ଭ ହୋଇଥିଲା। ଏହିକ୍ରମରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର କଣ୍ଟାମାଳ ଓ ହରଭଙ୍ଗା ବ୍ଲକ୍‌ର ତିଲେଶ୍ବ‌ରରେ ଦୁଇଟି ମିଲ୍‌ ନିର୍ମାଣ କରାଯାଇଥିଲା। ଗ୍ରାମାଞ୍ଚଳର ଲୋକଙ୍କ ସୁବିଧା ପାଇଁ ଏଥିରେ ଧାନକଳ ଓ ତେଲ ପେଷିବା କଳ ରହିଥିଲା। ଏଥିପାଇଁ ସ୍ବତନ୍ତ୍ର ପାଣ୍ଠିର ବ୍ୟବସ୍ଥା ରହିଥିଲା। ଗ୍ରାମରେ ଗଠିତ ଏକ ସମବାୟ ସମିତି ମାଧ୍ୟମରେ ଏହା ପରିଚାଳିତ ହେଉଥିଲା। ଏହାର ଲାଭାଂଶ ଡିଆଇସି ମାଧ୍ୟମରେ ସରକାରୀ ତହବିଲକୁ ଯାଉଥିଲା। ଜିଲ୍ଲା ଶିଳ୍ପକେନ୍ଦ୍ର ଏହାର ତଦାରଖ ଦାୟିତ୍ବରେ ଥିଲା। ୨୦୧୬ରେ କୌଣସି କାରଣରୁ ସ୍ବତନ୍ତ୍ର ପାଣ୍ଠି ବନ୍ଦ ହେବା ପରେ ଅଚଳାବସ୍ଥା ଦେଖା ଦେଇଥିଲା। ମିଲ୍‌ଗୁଡ଼ିକରେ ତାଲା ପଡ଼ିଥିଲା। ସରକାରୀ କାଗଜପତ୍ରରେ ଏଗୁଡ଼ିକୁ ଅଚଳ ଘୋଷଣା କରାଯାଇଥିଲା। କଣ୍ଟାମାଳ ମିଲ୍‌ର ଯନ୍ତ୍ରାଂଶ ଅଚଳ ହୋଇଯାଇଥିଲା।

ତେବେ ତିଲେଶ୍ବରର ମିଲ୍‌କୁ ଜଣେ ବ୍ୟକ୍ତି କୌଶଳକ୍ରମେ କବ୍‌ଜା କରିଥିଲେ। ଦୀର୍ଘ ୫ ବର୍ଷ ହେଲା ସେ ଏହି କଳଗୁଡ଼ିକର ମାଲିକ ସାଜିଛନ୍ତି। ପଚାରିବାରେ ଦାୟିତ୍ବରେ ଥିବା ଆଇପିଓଙ୍କ ଅନୁମତି ନେଇ ସେ ଏହାକୁ ଚଳାଉଥିବା କହିବା ସହ ପ୍ରତି ମାସରେ ଟଙ୍କା ଦେଉଥିବା କହିଛନ୍ତି। କେବଳ ଏତିକି ନୁହେଁ ୬ ଏକର ପରିମିତ ଅଞ୍ଚଳରେ ନିର୍ମିତ ବଡ଼ ବଡ଼ ଗୋଦାମ ଘରଗୁଡ଼ିକ ଭଡ଼ାରେ ମଧ୍ୟ ଦିଆଯାଇଛି। ସରକାରୀ ଭାବରେ ମିଲ୍‌ ବନ୍ଦ ଥିବାବେଳେ ବ୍ୟକ୍ତି ଜଣକ ପ୍ରତିମାସରେ ଦେଉଥିବା ଟଙ୍କା କାହା ପାଖକୁ ଯାଉଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ବିଷୟରେ ଡିଆଇସି ଜିଏମ୍‌ ଉଦୟନାଥ ପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଦଲାଲ୍‌ କବ୍‌ଜାରେ ଥିବା ବିଷୟରେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନଥିବା ବେଳେ ମଙ୍ଗଳବାର ଯାଇ ଘଟଣାର ତଦନ୍ତ କରିବେ ବୋଲି କହିଛନ୍ତି। ଏଥି ସହିତ ଏହାକୁ ଇଡ୍‌କୋକୁ ହସ୍ତାନ୍ତର କରାଯିବ ବୋଲି ପ୍ରକାଶ କରିଛନ୍ତି।

The post ଦଲାଲ କବ୍‌ଜାରେ ସରକାରୀ ମିଲ୍‌ first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp