ଦଙ୍ଗାକାରୀଙ୍କୁ ୨୦୦୨ରେ ଉଚିତ ଶିକ୍ଷା ଦେଇଥିଲା ବିଜେପି : ଅମିତ ଶାହା

ଦଙ୍ଗାକାରୀଙ୍କୁ ୨୦୦୨ରେ ଉଚିତ ଶିକ୍ଷା ଦେଇଥିଲା ବିଜେପି : ଅମିତ ଶାହା

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାରଦିନ ଦିନ କହିଛନ୍ତି ଯେ, ଗୁଜରାଟରେ ୨୦୦୨ରେ ଦଙ୍ଗାକାରୀମାନଙ୍କୁ ବିଜେପି ଉଚିତ ଶିକ୍ଷା ଦେଇଥିଲା । ଏପରି ଶିକ୍ଷା ଦିଆଯାଇଥିଲା ଯେ ଏପର୍ଯ୍ୟନ୍ତ ସେମାନେ ମୁଣ୍ଡ ଟେକିପାରିନାହାନ୍ତି ଓ ଗୁଜରାଟରେ ସ୍ଥାୟୀ ଶାନ୍ତି ଆସିଛି ।

ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଗୁଜରାଟରେ ପ୍ରଚାର କରିବା ଅବସରରେ ସେ ଏକଥା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, “କଂଗ୍ରେସ ଗୁଜୁରାଟରେ କ୍ଷମତାରେ ଥିବାବେଳେ ସବୁବେଳେ ଦଙ୍ଗା ହେଉଥିଲା । ହେଉଥିଲା କି ନାହିଁ କୁହନ୍ତୁ ? କିନ୍ତୁ ୨୦୦୨ରେ ନରେନ୍ଦ୍ର  ମୋଦୀ ଏକ ଉଦ୍ୟମ କରି ଦଙ୍ଗାକାରୀଙ୍କୁ ଏକ ଶିକ୍ଷା ଦେଇଥିଲେ । ସେବେଠାରୁ ସେମାନେ ଆଉ ମୁଣ୍ଡ ଟେକିପାରିନାହାନ୍ତି । ଦଙ୍ଗାକାରୀମାନେ ଗୁଜରାଟରୁ ପଳାଯାଇଛନ୍ତି ଓ ଗୁଜୁରାଟରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିଛି ବିଜେପି । ୨୦୦୨ରେ କଂଗ୍ରେସ ଦଙ୍ଗାକାରୀଙ୍କୁ ଉସୁକାଇଥିଲା, ଏହି କାରଣରୁ ଦଙ୍ଗା ହୋଇଥିଲା ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୦୨ରେ ଗୁଜରାଟରେ ଗୋଧ୍ରାଠାରେ କରସେବକମାନେ ଥିବା ଟ୍ରେନ ଡବାକୁ ଜଳାଇଦିଆଯିବା ପରେ ଗୁଜରାଟରେ ଦଙ୍ଗା ହୋଇଥିଲା ।  ତତକାଳୀନ ରାଜ୍ୟ ସରକାର ଏହାକୁ ରୋକିବାକୁ କୌଣସି ଉଦ୍ୟମ କରିନଥିଲେ ବୋଲି କଂଗ୍ରେସ ଓ ଅନ୍ୟ ଦଳମାନେ ଅଭିଯୋଗ କରିଆସୁଛନ୍ତି ।

ଶାହାଙ୍କ ଏହି ମନ୍ତବ୍ୟକୁ ନେଇ କଂଗ୍ରେସ, ତୃଣମୂଳ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଛି ।

 

 

Please follow and like us:
Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp