ତପୁଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: ‘ସଙ୍ଗୀତ ଜଗତରେ ତାଙ୍କ କୀର୍ତ୍ତି ସ୍ମରଣୀୟ କରି ରଖିବ’

ତପୁଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: ‘ସଙ୍ଗୀତ ଜଗତରେ ତାଙ୍କ କୀର୍ତ୍ତି ସ୍ମରଣୀୟ କରି ରଖିବ’

ଭୁବନେଶ୍ୱର: ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଆ ସଙ୍ଗୀତ ଜଗତରେ ସେ ସ୍ଥାପନ କରିଥିବା କୀର୍ତ୍ତି ସର୍ବଦା ତାଙ୍କୁ ସ୍ମରଣୀୟ କରି ରଖିବ ବୋଲି ନିଜ ଟ୍ୱିଟ୍‌ରରେ ଲେଖିଛନ୍ତି । ଏଥିସହିତ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଆ ସଙ୍ଗୀତ ଜଗତରେ ସେ ସ୍ଥାପନ କରିଥିବା କୀର୍ତ୍ତି ସର୍ବଦା ତାଙ୍କୁ ସ୍ମରଣୀୟ କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।

— Naveen Patnaik (@Naveen_Odisha) June 20, 2021

 

 

 

ଅପରପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତପୁଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି । ତାଙ୍କ ମୃତ୍ୟୁ ଖରବ ତାଙ୍କୁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ କରିଥିବା ସେ କହିଛନ୍ତି । ନିଜର ସୁମଧୁର ସ୍ୱର ମାଧ୍ୟମରେ ଖୁବ କମ ସମୟରେ ଓଡ଼ିଆଙ୍କ ଘରେ ଘରେ ପରିଚିତ ହୋଇପାରିଥିଲେ ।ତାଙ୍କ ବିୟୋଗରେ ଓଡ଼ିଶା ସଙ୍ଗୀତ ଜଗତ ଜଣେ ପ୍ରତିଭାସମ୍ପନ୍ନ ଗାୟିକାଙ୍କୁ ହରାଇଲା ବୋଲି ଶ୍ରୀ ପ୍ରଧାନ ନିଜ ଟ୍ୱିଟରେ ଲେଖିଛନ୍ତି ।

 

ଓଡ଼ିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ନିଜର ସୁମଧୁର ସ୍ବର ମାଧ୍ୟମରେ ଖୁବ କମ ସମୟରେ ଓଡ଼ିଆଙ୍କ ଘରେ ଘରେ ପରିଚିତ ହୋଇପାରିଥିଲେ ।ତାଙ୍କ ବିୟୋଗରେ ଓଡ଼ିଶା ସଙ୍ଗୀତ ଜଗତ ଜଣେ ପ୍ରତିଭାସମ୍ପନ୍ନ ଗାୟିକାଙ୍କୁ ହରାଇଲା । pic.twitter.com/Lei6uRLMpK

— Dharmendra Pradhan (@dpradhanbjp) June 19, 2021

ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି  ମୃତ୍ୟୁ ହୋଇଛି । ଆଧୁନିକ ଓଡ଼ିଆ ସଂଗୀତ ଜଗତରେ ଜଣାଶୁଣା ନାଁ ଥିଲେ ତପୁ ମିଶ୍ର । ଦୀର୍ଘ ଦୁଇ ଦଶନ୍ଧି ଧରି ସେ ଓଡ଼ିଆ ଦର୍ଶକ ଓ ଶ୍ରୋତାଙ୍କୁ ଦେଇଛନ୍ତି ବହୁ ହିଟ୍‌ ଗୀତ । । ଜଣେ ଭର୍ସାଟାଇଲ ଫିମେଲ ପ୍ଲେ- ବ୍ୟାକ୍‌ ସିଙ୍ଗର ଭାବେ ସେ ହାତେଇଛନ୍ତି ବହୁ ପ୍ରଶଂସା । ଯେତେବେଳେ ମୁମ୍ବାଇ ଓ କୋଲକାତାରୁ ସିଙ୍ଗରମାନେ ଆସି ଓଡ଼ିଆ ଗୀତ ଗାଉଥିଲେ, ସେତେବେଳେ ତପୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ରଖିଥିଲେ ପାଦ ।

ପନ୍ଦର ବର୍ଷ ହୋଇଥିବା ବେଳେ ତପୁ ଆରମ୍ଭ କରିଥିଲେ କ୍ୟାରିଅର୍‌ । କଭର ସଙ୍ଗ୍‌ ହେଉ ଅବା ଷ୍ଟୁଡିଓ ଭର୍ସନ ପ୍ରତିଟି ଗୀତକୁ ସେ ମନ ଦେଇ ଗାଇଥାନ୍ତି । ରଙ୍ଗବତୀ ଗୀତର ଗୁରୁ ପ୍ରଭୁଦତ୍ତ ପ୍ରଧାନ ଓ ଜ୍ଞାନ ରଞ୍ଜନ ମହାପାତ୍ରଙ୍କ ଠାରୁ କ୍ଲାସିକାଲ ଗୀତ ଶିକ୍ଷା କରିଛନ୍ତି ତପୁ ମିଶ୍ର । ଏହାପରେ ବିଶିଷ୍ଟ ଗୀତିକାର, ନିର୍ଦ୍ଦେଶକ ସ୍ୱରୂପ ନାୟକ ତାଙ୍କୁ ଓଲିଉଡ୍‌ରେ ବ୍ରେକ ଦେଇଥିଲେ । ତାଙ୍କ ସହିତ ସେ କୋଲକାତା ଯାଇ ଅନେକ ଡବିଂ କରିଛନ୍ତି । ଫିଲ୍ମ କୁଳନନ୍ଦନରେ ସେ ପ୍ରଥମ ଗୀତ ଗାଇଥିଲେ ।

ଏଯୁଗର କୃଷ୍ଣ ସୁଦାମା, ମାତୃଶକ୍ତି, ଯେ ପାଞ୍ଚେ ପରମନ୍ଦ, ଆଇ ଲଭ୍‌ ୟୁ ଓ ଚକୋଲେଟ ଭଳି ବହୁ ଫିଲ୍ମରେ ସେ ହିଟ୍‌ ଗୀତ ଗାଇଛନ୍ତି । ଆଇ ଲଭ୍‌ ୟୁ ଫିଲ୍ମରେ ସେ ପାଇଥିଲେ ଢେରସାରା ପ୍ରଶଂସା । ଆରେ ନା  ।  ବଜାନା ବଂଶୀ, ଏହି ଗୀତ ତାଙ୍କୁ ଆଣିଦେଇଥିଲା ପ୍ଲେ-ବ୍ୟାକ୍‌ ସିଙ୍ଗରର ପ୍ରସିଦ୍ଧି । ସେ ସମ୍ବଲପୁରୀ ଭାଷାରେ ଅନେକ ଗୀତ ଗାଇଛନ୍ତି । କିଛି ଗୀତରେ ସେ ନିଜେ ନିର୍ଦ୍ଦେଶନା ବି ଦେଇଛନ୍ତି । ଚାରିଥର ରାଜ୍ୟ ପୁରସ୍କାର ପାଇଛନ୍ତି ତପୁ ମିଶ୍ର ।

The post ତପୁଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: ‘ସଙ୍ଗୀତ ଜଗତରେ ତାଙ୍କ କୀର୍ତ୍ତି ସ୍ମରଣୀୟ କରି ରଖିବ’ appeared first on .

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp