ଡାକ୍ତରଙ୍କ ଘରୁ ବ୍ଲାକ ଫଙ୍ଗସର ନକଲି ଔଷଧର ୩,୩୦୦ ବୋତଲ ଜବତ

ଡାକ୍ତରଙ୍କ ଘରୁ ବ୍ଲାକ ଫଙ୍ଗସର ନକଲି ଔଷଧର ୩,୩୦୦ ବୋତଲ ଜବତ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ବ୍ଲାକ ଫଙ୍ଗସର ନକଲି ଔଷଧ ବିକ୍ରି କରୁଥିବା ଅଭିଯୋଗରେ ୯ଜଣଙ୍କୁ ଗିରଫ କରିଛି। ଏଥିମଧ୍ୟରେ  ଡାକ୍ତର ବି ସାମିଲ ଅଛନ୍ତି। ପୁଲିସ ଉକ୍ତ ଡାକ୍ତରଙ୍କ ଘରୁ ନକଲି ଇନଜେକ୍ସନର ୩,୨୯୩ଟି ବୋତଲ ଜବତ କରିଛି।

Delhi Police Crime Branch arrested 7 persons including 2 doctors for manufacturing and selling fake Black Fungus Liposomal Amphotericin-B injections and recovered
3293 vials of fake ‘Injections’ etc from residence of Dr. Altamas Hussain in Nizamuddin @HMOIndia @PMOIndia pic.twitter.com/pdEBgYFkfe

— CP Delhi #DilKiPolice (@CPDelhi) June 20, 2021

ଗିରଫ ହୋଇଥିବା ଡାକ୍ତର ଲିପୋସୋମାଲ ଆମ୍ଫୋଟେରିସିନ-ବି ନାମକ ଇନଜେକସନ ତିଆରି କରୁଥିଲେ। ଯାହାକୁ ବ୍ଲାକ ଫଙ୍ଗସ ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିଲା। ଡାକ୍ତର ତାରିଖ ଚାଲି ଯାଇଥିବା ଔଷଧ ସାହାଯ୍ୟର ଏହି ଇନଜେକସନକୁ ତିଆରି କରୁଥିଲେ।

କ୍ରାଇମବ୍ରାଞ୍ଚର ଡେପୁଟି ପୁଲିସ କିମଶନର ମୋନିକା ଭରଦ୍ବାଜଙ୍କ କହିବାନୁସାରେ,  ଏହି ଘଟଣାରେ ସମ୍ପୃକ୍ତ ଥିବା ଉତ୍ତର ପ୍ରଦେଶର ‌ଦେବରିଆରେ ବସବାସ କରୁଥିବା ଡାକ୍ତର ଅଲତାମାସ ହୁସୈନଙ୍କୁ ଗିରଫ କରାଯାାଇଛି। ଡାକ୍ତର ହୁସୈନ ଆମ୍ଫୋଟେରିସିନ-ବିର ଏକ୍ସପାୟର୍ଡ ବୋତଲ କିଣିଥିବା ସ୍ବୀକାର କରିଛନ୍ତି। ଡାକ୍ତରଙ୍କ ଘରୁ ଆମ୍ଫୋଟେରିସିନର ୩,୦୦୦ରୁ ଅଧିକ ବୋତଲ ଜବତ ହୋଇଛି। ଯାଞ୍ଚରୁ ଆମ୍ଫୋଟେରିସିନର ସମସ୍ତ ଇନଜେକସନ ନକଲି ବୋଲି ଜଣାପଡ଼ିଥିଲା।

ତେବେ କୁହାଯାଉଛି କି ଆମ୍ଫୋଟେରିସିନ-ବିର ବ୍ୟବହାର ବ୍ଲାକ ଫଙ୍ଗସ ଚିକିତ୍ସା ପାଇଁ କରାଯାଇଥାଏ। ଏହି ବ୍ଲାକ ଫଙ୍ଗସ ନାକ, ଆଖି ଓ ମସ୍ତିଷ୍କକୁ କ୍ଷତି ପହଞ୍ଚାଇ ଥାଏ। ଏହି ରୋଗ ମଧୁମେହ ରୋଗୀଙ୍କ ପାଇଁ ଅଧିକ ବିପଦ ରହିଥିବା ବେଳେ ଯେଉଁମାନଙ୍କ ରୋଗ ପ୍ରତିରୋଧକଶକ୍ତି କମ ଅଛି ସେମାନଙ୍କୁ ବି କ୍ଷତି ପହଞ୍ଚାଥାଏ। ଏଥିସହିତ କର୍କକ ଓ ଏଚଆଇଭି ଭଳି ରୋଗୀଙ୍କ ପାଇଁ ବି ଏହା ବିପଦ ରହିଛି। ଗତ ମେ ୨୭ ତାରିଖରେ କେନ୍ଦ୍ର ସରକାର ୫ଟି କମ୍ପାନିକୁ ଲିପୋସୋମାଲ ଆମ୍ଫୋଟେରିସିନ-ବି ଇଞ୍ଜେକସନ ଉତ୍ପାଦନ କରିବା ପାଇଁ ଲାଇସେନ୍ସ ପ୍ରଦାନ କରିଛନ୍ତି ।

The post ଡାକ୍ତରଙ୍କ ଘରୁ ବ୍ଲାକ ଫଙ୍ଗସର ନକଲି ଔଷଧର ୩,୩୦୦ ବୋତଲ ଜବତ first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp