ଟୋକିଓ ପାରାଲିମ୍ପିକ୍ସ: ଭାରତ ପାଇଁ ସ୍ୱର୍ଣ୍ଣ ଆଣିଲେ କୃଷ୍ଣ ନାଗର

ଟୋକିଓ ପାରାଲିମ୍ପିକ୍ସ: ଭାରତ ପାଇଁ ସ୍ୱର୍ଣ୍ଣ ଆଣିଲେ କୃଷ୍ଣ ନାଗର

ଟୋକିଓ ପାରାଅଲିମ୍ପିକ୍ସ ଅନ୍ତିମ ଦିବସରେ ଭାରତକୁ ମିଳିଲା ଆଉ ସ୍ୱର୍ଣ୍ଣ ପଦକ | ଭାରତ ପାଇଁ ପଞ୍ଚମ ସ୍ୱର୍ଣ୍ଣ ପଦକ ଜିତିଲେ କୃଷ୍ଣ ନାଗର | ବ୍ୟାଡ଼ମିଣ୍ଟନ୍ ପୁରୁଷ ଏସଏଚ୍‌-୬ ବର୍ଗ ସିଙ୍ଗଲ୍ସରେ ସେ ବିଜୟ ହାସଲ କରିଛନ୍ତି | ଆଜି ପ୍ରତିଯୋଗିତାରେ ନାଗର ହଙ୍ଗ୍‌କଙ୍ଗ୍‌ର ଚୁ’ ମାନ୍‌ କାଇଙ୍କ ବିପକ୍ଷରେ ମଇଦାନକୁ ଓହ୍ଲାଇଥିଲେ କୃଷ୍ଣ | ମଇଦାନରେ ସେ ହଙ୍ଗ୍‌କଙ୍ଗ୍‌କୁ ମାତ ଦେଇ ବସଫଳତା ହାସଲ କରିଛନ୍ତି | ଏହି କ୍ରମରେ ଭାରତର ପଦକ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି | ୫ଟି ସ୍ଵର୍ଣ୍ଣ ପଦକ ସହ ୮ଟି ରୌପ୍ୟ ଓ ୬ଟି କାଂସ୍ୟ ପଦକ ହାସଲ କରିଛି ଭାରତ | ତାଙ୍କର ସଫଳତା ନେଇ ସବୁ ମାହୋଲରୁ ଶୁଭେଚ୍ଛାର ସୁଅ ଛୁଟୁଛି | ରାଷ୍ଟ୍ରପତି ରାମନାଥ କୋବିନ୍ଦ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି |

The post ଟୋକିଓ ପାରାଲିମ୍ପିକ୍ସ: ଭାରତ ପାଇଁ ସ୍ୱର୍ଣ୍ଣ ଆଣିଲେ କୃଷ୍ଣ ନାଗର appeared first on .

Please follow and like us:
Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp