ଟୋକିଓ ଅଲିମ୍ପିକ୍: ରାନୀ ଭାରତୀୟ ମହିଳା ହକି ଦଳର ଅଧିନାୟକ, ଗ୍ରେସ୍ ଏବଂ ସବିତା ଉପ-ଅଧିନାୟକ
ନୂଆଦିଲ୍ଲୀ : ଜୁଲାଇ ୨୩ ରୁ ଅଗଷ୍ଟ ୮ ମଧ୍ୟରେ ଟୋକିଓରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ ଗେମ୍ସ ପାଇଁ ଷ୍ଟ୍ରାଇକର ରାନୀ ରାମପାଲଙ୍କୁ ଜାତୀୟ ମହିଳା ହକି ଦଳର ଅଧିନାୟକ ଭାବେ ଚୟନ କରାଯାଇଛି । ସେହିପରି ଦୀପ ଗ୍ରେସ୍ ଏକ୍କା ଏବଂ ସବିତା ଉପ-ଅଧିନାୟକ ଭାବେ ଚୟନ ହୋଇଛନ୍ତି।
ଗତ ସପ୍ତାହରେ ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତ ୧୬ ଜଣିଆ ଦଳ ଘୋଷଣା କରିଥିଲା । କିନ୍ତୁ ସେତେବେଳେ ଅଧିନାୟକ ଘୋଷଣା କରାଯାଇ ନଥିଲେ ହେଁ ରାନୀ ଦଳର ନେତୃତ୍ୱ ନେବେ ପ୍ରାୟ ନିଶ୍ଚିତ ଥିଲା।
ରାନୀଙ୍କ ଅଧିନାୟକତ୍ୱରେ ଭାରତ ବର୍ଷ ବର୍ଷ ଧରି ଉଲ୍ଲେଖନୀୟ ସଫଳତା ହାସଲ କରିଛି । ରାନୀଙ୍କ ଅଧିନାୟକତ୍ୱରେ ଭାରତୀୟ ମହିଳା ହକି ଟିମ ୨୦୧୭ ରେ ଏସିଆ କପ୍ ଟାଇଟଲ୍, ୨୦୧୮ ରେ ଏସିଆନ୍ ଗେମ୍ସରେ ରୌପ୍ୟ ପଦକ, ୨୦୧୮ ରେ ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ରୌପ୍ୟ ପଦକ ହାସଲ କରିଥିବା ବେଳେ ୨୦୧୯ ରେ FIH ସିରିଜ୍ ଫାଇନାଲ୍ ଜିତିଥିଲା ।
Please follow and like us: