ଟୋକିଓ ଅଲମ୍ପିକ୍ସ: ଭାରତୀୟ ମହିଳା ଓ ପୁରୁଷ ଦଳର ଉପ-ଅଧିନାୟକ ହେଲେ ଦୀପଗ୍ରେସ ଏକ୍କା ଓ ବୀରେନ୍ଦ୍ର ଲାକ୍ରା, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଟୋକିଓ ଅଲମ୍ପିକ୍ସ: ଭାରତୀୟ ମହିଳା ଓ ପୁରୁଷ ଦଳର ଉପ-ଅଧିନାୟକ ହେଲେ ଦୀପଗ୍ରେସ ଏକ୍କା ଓ ବୀରେନ୍ଦ୍ର ଲାକ୍ରା, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଟୋକିଓ ଅଲମ୍ପିକ୍ସ-୨୦୨୦ ପାଇଁ ଭାରତୀୟ ହକି ଦଳରେ ସ୍ଥାନ ପାଇଥିବା ଦୀପଗ୍ରେସ ଏକ୍କା ଓ ବିରେନ୍ଦ୍ର ଲାକ୍ରାଙ୍କୁ ବଡ ଦାୟିତ୍ୱ ଦିଆଯାଇଛି । ଉଭୟ ଖେଳାଳି ମହିଳା ଓ ପୁରୁଷ ଦଳ ପକ୍ଷରୁ ଉପ ଅଧିନାୟକ ଦାୟିତ୍ୱ ସମ୍ଭାଳିବେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Congratulate #Odisha hockey players, Birendra Lakra & Deep Grace Ekka on being appointed as Vice Captains of Indian Men’s & Women’s Hockey Teams respectively for #Tokyo2020. May both our teams bring laurels for the country. #OdishaForHockey

— Naveen Patnaik (@Naveen_Odisha) June 22, 2021

ଟୋକିଓ ଅଲମ୍ପିକ୍ସ ପାଇଁ ଘୋଷଣା ହୋଇଥିବା ହକି ଭାରତୀୟ ଦଳ ପାଇଁ ପୁରୁଷ ଟିମରେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି । ସେପଟେ ମହିଳା ଦଳରେ ଦୀପଗ୍ରେସ ଏକ୍କା ସ୍ଥାନ ପାଇଛନ୍ତି । ତେବେ ଏହି ୩ ଖେଳାଳି ଏବେ ଟୋକିଓରେ ନିଜ କମାଲ ଦେଖାଇବେ ।

ଟୋକିଓ ଅଲିମ୍ପିକ୍ସ ଆସନ୍ତା ଜୁଲାଇ ୨୪ରୁ ଅଗଷ୍ଟ ୬ ତାରିଖ ଯାଏଁ ଜାରି ରହିବ । ୨୦୧୬ରେ ଅନୁଷ୍ଠିତ ରିଓ ଅଲିମ୍ପିକ୍ସରେ ରାଜ୍ୟରୁ ୪ ଜଣ ଓଡ଼ିଆ ଝିଅ ଭାରତୀୟ ମହିଳା ଟିମରେ ସାମିଲ ହୋଇଥିଲେ ।

The post ଟୋକିଓ ଅଲମ୍ପିକ୍ସ: ଭାରତୀୟ ମହିଳା ଓ ପୁରୁଷ ଦଳର ଉପ-ଅଧିନାୟକ ହେଲେ ଦୀପଗ୍ରେସ ଏକ୍କା ଓ ବୀରେନ୍ଦ୍ର ଲାକ୍ରା, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ first appeared on Sambad.

Please follow and like us:

Leave a Reply

Your email address will not be published.

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp