ଟୀକା କେନ୍ଦ୍ରରେ ବିଜେପିର ହଙ୍ଗାମା… ଉଦଘାଟନୀ ଫିତା ଛିଡ଼ାଇ ଭିତରକୁ ପଶିଲେ, ଟୀକା କେନ୍ଦ୍ରରେ ମୋଦିଙ୍କ ପୋଷ୍ଟର ଲଗାଇଲେ। ବାଲେଶ୍ଵରରେ ବିଜେପିର ଟୀକା ରାଜନୀତି

ଟୀକା କେନ୍ଦ୍ରରେ ବିଜେପିର ହଙ୍ଗାମା… ଉଦଘାଟନୀ ଫିତା ଛିଡ଼ାଇ ଭିତରକୁ ପଶିଲେ, ଟୀକା କେନ୍ଦ୍ରରେ ମୋଦିଙ୍କ ପୋଷ୍ଟର ଲଗାଇଲେ। ବାଲେଶ୍ଵରରେ ବିଜେପିର ଟୀକା ରାଜନୀତି

କନକ ବ୍ୟୁରୋ : ବାଲେଶ୍ୱରରେ ଟିକାକରଣକୁ ନେଇ ଉତ୍ତେଜନା । ଗାନ୍ଧୀ ସ୍ମୃତି ଟିକାକରଣ କେନ୍ଦ୍ରରେ ନବୀନ ପଟ୍ଟନାୟକଙ୍କ ଫଟୋକୁ ନେଇ ବିଜେପି କର୍ମି ପ୍ରତିବାଦ କରିଛନ୍ତି । କେନ୍ଦ୍ର ଟିକା ଦେଉଥିବା ବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର କାହିଁକି ରହିବ ବୋଲି ପ୍ରଶ୍ନ କରିବା ସହ ସେମାନେ ମୋଦୀଙ୍କ ଫଟୋ ନେଇ ଟିକାକରଣ କେନ୍ଦ୍ରରେ ରଖିବା ପରେ ଉତେଜନା ସୃଷ୍ଟି ହୋଇଛି ।

ସେପଟେ, ଆଜିଠାରୁ ରାଜ୍ୟରେ କ୍ୟାମ୍ପେନ ମୋଡ଼ରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁଯାୟୀ ହେଉଛି ଟିକାକରଣ । ଉଭୟ ଅନଲାଇନ ଓ ଅଫ ଲାଇନରେ ପଂଜିକରଣ କରି ଟିକା ନେବାକୁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଆଉ କୋଭିଡ୍ ମହାମାରୀର ମୁକାବିଲା ପାଇଁ ବ୍ୟାପକ ଟିକାକରଣ ଉପରେ ଜୋର୍ ଦିଆଯାଉଥିବା ବେଳେ ଟିକାକରଣ କେନ୍ଦ୍ରରେ ନିଜର ପତିଆରା ବୃଦ୍ଧି ପାଇଁ ରାଜନୈତିକ ଦଳ ଭିତରେ ଟଣା ଓଟରା ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି ।

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp