ଟୀକାକରଣ ନିୟମକୁ ନେଇ ବଢିଲା ବିବାଦ

କରୋନା ମହାମାରୀ ସମସ୍ତଙ୍କୁ ଅସ୍ତବ୍ୟସ୍ତ କରିଥିବା ବେଳେ ଏବେ ଚାଲିଛି ଟୀକାକରଣ ପ୍ରକ୍ରିୟା | ଗତକାଲି ସାରା ରାଜ୍ୟରେ କ୍ୟାମ୍ପେନ୍ ମୋଡରେ ଆରମ୍ଭ ହୋଇଛି ଟୀକାକରଣ ପ୍ରକ୍ରିୟା । କିନ୍ତୁ ଏହାରି ଭିତରେ ଦ୍ୱନ୍ଦ୍ୱ ବଢାଇଛି ନିୟମ । ଟୀକାକରଣ ନିୟମକୁ ନେଇ ଯାଜପୁର ଜିଲ୍ଲାରେ ଦେଖାଦେଇଛି ଜନ ଅସନ୍ତୋଷ | କେନ୍ଦ୍ର ସରକାରଙ୍କ ନୂଆ ଟୀକା ନୀତି ଅନୁଯାୟୀ ଟୀକାକରଣ କରାଯାଉଛି । ପ୍ରତ୍ୟେକ ଦିନ ୩ ଲକ୍ଷ ଟୀକାକରଣ କରିବା ପାଇଁ ଟାର୍ଗେଟ୍ ରଖିଛନ୍ତି ସରକାର । କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ଟୀକାଦାନ କେନ୍ଦ୍ରକୁ ସିଧାସଳଖ ଆସିଲେ ବି ଟୀକା ନେଇହେବ | କିନ୍ତୁ ଯାଜପୁର ଜିଲ୍ଲା ପ୍ରଶାସନର ଅଲଗା ନିୟମ । ଯାଜପୁର ଜିଲ୍ଲାପାଳ କହୁଛନ୍ତି, ବିନା ପଞ୍ଜୀକରଣରେ ଆସିଲେ ଆପଣ ଟୀକା ନେଇପାରିବେ ନାହିଁ । ଅର୍ଥାତ ଯଦି ଆପଣ ପୂର୍ବରୁ ଟୀକା ନେବା ପାଇଁ ପଞ୍ଜୀକରଣ ନକରନ୍ତି, ତେବେ ଆପଣ ଟୀକା ନେଇପାରିବେ ନାହିଁ । ତେବେ କେନ୍ଦ୍ର ସରକାର ଓ ଯାଜପୁର ଜିଲ୍ଲା ପ୍ରଶାସନଙ୍କ ଟୀକାକରଣ ର ନୀତି ନିୟମକୁ ନେଇ ଦେଖା ଦେଇଛି ବିବାଦ |

The post ଟୀକାକରଣ ନିୟମକୁ ନେଇ ବଢିଲା ବିବାଦ appeared first on .

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp