ଟିକା ଅଭିଯାନରେ ଫଟୋ ରାଜନୀତି

ଟିକା ଅଭିଯାନରେ ଫଟୋ ରାଜନୀତି

ଭୁବନେଶ୍ବର : ଓଡ଼ିଶା ସମେତ ସାରା ଦେଶରେ ମାଗଣା ଟିକାକରଣ ଅଭିଯାନ ସୋମବାର ଠାରୁ ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫ‌ଟୋ ରହିଛି। ଏହାକୁ ନେଇ ବିଜେପି ଆପତ୍ତି ଉଠାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ କାହିଁକି ରହିବ ନାହିଁ ବୋଲି ପ୍ରଶ୍ନ କରିଛି। ରାଜ୍ୟର କିଛି ସ୍ଥାନରେ ବିଜେପି କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ଚିରିବା ସହ ମୋଦୀଙ୍କ ‌ଫଟୋ ଲଗାଇଛନ୍ତି। ବାଲେଶ୍ବର, ଅନୁଗୁଳ ଓ ରାୟଗଡ଼ାରେ ଏମିତି ଘଟଣା ଦେଖିବାକୁ ମିଳିଛି। ଏହାକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି।

କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଏଭଳି ହୀନମନ୍ୟତାକୁ ବରଦାସ୍ତ କରାଯିବ ନାହିଁ। ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ହଡ଼ପ କରି ନିଜ ନାଁରେ ନେଉଛି। କେନ୍ଦ୍ରୀୟ ଯୋଜନା ହଡ଼ପ ଓ ଅପପ୍ରଚାର କରି ଭୋଟ ନେବାକୁ ହୀନ ଚକ୍ରାନ୍ତ ଚାଲିଛି । ଟିକା କେନ୍ଦ୍ରରେ ନବୀନ ପଟ୍ଟନାୟକଙ୍କ ଫଟୋ ରହୁ ଆପତ୍ତି ନାହିଁ। କିନ୍ତୁ ନରେନ୍ଦ୍ର ମୋଦୀଙ୍କ ଫଟୋ ବି ରହୁ। ମୁଖ୍ୟମନ୍ତ୍ରୀଙ୍କର ସଦ୍‌ବୁଦ୍ଧି ଉଦୟ ହେଉ ଓ ଏମିତି ହୀନମନ୍ୟତା ସେ ପ୍ରକାଶ ନ କରନ୍ତୁ। ଏହି ପ୍ରସଙ୍ଗରେ ସେ କେନ୍ଦ୍ର ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

ବିଜେପିର ଏପରି କାର୍ଯ୍ୟକୁ ସମାଲୋଚନା କରିଛି ବିଜେଡି। ଦଳର ଉପସଭାପତି ତଥା ବିଧାୟକ ଦେବୀପ୍ରସାଦ ମିଶ୍ର କହିଛନ୍ତି ଯେ ଫଟୋକୁ ନେଇ ଏପରି ରାଜନୀତି କରାଯିବା ଉଚିତ ନୁହେଁ। ରାଜନୈତିକ ଦୃଷ୍ଟିକୋଣରୁ ବିବାଦ କରାଯାଉଛି। ଟିକାରେ କ’ଣ ଖାଲି କେନ୍ଦ୍ରର ଅର୍ଥ ରହିଛି? ଏଥିରେ କ’ଣ ରାଜ୍ୟଗୁଡ଼ିକର ଯୋଗଦାନ ନାହିଁ ? ଲୋକଙ୍କ ଟଙ୍କାରେ ଲୋକଙ୍କ ଟିକାକରଣ ହେଉଛି। ଏଥିରେ ମୋଦୀ ଟିକା, ଷ୍ଟାଲିନ୍ ଟିକା, ମମତା, ନୀତୀଶ ଟିକା କି ନବୀନ ଟିକା କୁହାଯିବାର କୌଣସି ଯଥାର୍ଥତା ନାହିଁ।

The post ଟିକା ଅଭିଯାନରେ ଫଟୋ ରାଜନୀତି first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp