ଟିକାକୁ ମାତ୍‌ ଦେଇପାରେ କରୋନାର ଡେଲ୍ଟା ପ୍ଲସ ଭାରିଆଣ୍ଟ

ଟିକାକୁ ମାତ୍‌ ଦେଇପାରେ କରୋନାର ଡେଲ୍ଟା ପ୍ଲସ ଭାରିଆଣ୍ଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଏହାର ପରିବର୍ତ୍ତିତ ରୂପ ବା ନୂଆ ଭାରିଆଣ୍ଟ ଡେଲଟା ପ୍ଲସ ଏବେ ଚିନ୍ତା ବଢାଇଦେଇଛି ।  ଭାରତରେ ଏହି ଭାରିଏଣ୍ଟରେ ଏକାଧିକ ଲୋକ ସଂକ୍ରମିତ ହେବାରେ ଲାଗିଛନ୍ତି। ତେବେ ନୂଆ ଗବେଷଣାରୁ ଜଣାପଡ଼ିଛି ଯେ କରୋନାର ଡେଲ୍ଟା ପ୍ଲସ ଭାରିଆଣ୍ଟ ଟିକାର ପ୍ରଭାବକୁ ମାତ ଦେଇବାକୁ ସକ୍ଷମ ହୋଇପାରେ। ସେହିପରି ଏହା ରୋଗ ପ୍ରତିରୋଧ ଶକ୍ତିକୁ ଦୁର୍ବଳ କରି ଜଣେ ବ୍ୟକ୍ତିଙ୍କୁ ସଂକ୍ରମିତ ମଧ୍ୟ କରିପାବାର ଆଶଙ୍କା ରହିଛି।

ଭାରତର ବରିଷ୍ଠ ଭାଇରୋଲଜିଷ୍ଟ ତଥା INSACOGର ପୂର୍ବତନ ସଦସ୍ୟ ପ୍ରଫେସର ଶାହିଦ ଜାମୀଲ ଆଶଙ୍କା କରିଛନ୍ତି,  ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ଟିକା ଦ୍ୱାରା ସୃଷ୍ଟି ହୋଇଥିବା ରୋଗ ପ୍ରତିରୋଧକ ଶକ୍ତି ଓ ପୂର୍ବରୁ ସଂକ୍ରମିତ ହୋଇ ସୃଷ୍ଟି ହୋଇଥିବା ଆଣ୍ଟିବଡିକୁ ମାତ ଦେଇପାରେ। ଏହା ଲୋକଙ୍କ ରୋଗ ପ୍ରତିରୋଧକ ସିଷ୍ଟମକୁ ସଂକ୍ରମିତ କରିବାର ବି ଆଶଙ୍କା ରହିଛି। ଏହି ଭାରିଏଣ୍ଟ ଲୋକଙ୍କୁ ଟିକା ନେବା ପରେ ମଧ୍ୟ ସଂକ୍ରମିତ କରିପାରେ ବୋଲି ସେ ଆକଳନ କରିଛନ୍ତି।

ପ୍ରଫେସର ଜାମୀଲ କହିଛନ୍ତି ଯେ,  ଡେଲଟା ପ୍ଲସରେ ସମସ୍ତ ଲକ୍ଷଣ ରହିଛି ଯାହା ମୂଳ ଡେଲଟା ଭାରିଆଣ୍ଟରେ ଥିଲା । ଏହା ବ୍ୟତୀତ ଏଥିରେ K417N ନାମକ ମ୍ୟୁଟେସନ୍ ଯାହା ଦକ୍ଷିଣ ଆଫ୍ରିକାର ବିଟା ଭାରିଆଣ୍ଟରେ ମିଳିଥିଲା ​​ଏହାର ଲକ୍ଷଣ ମଧ୍ୟ ରହିଛି । ସେ କହିଛନ୍ତି ଯେ, ଆମେ ଭଲଭାବେ ଜାଣୁ ଯେ ଟିକାର ପ୍ରଭାବ ବିଟା ଭାରିଆଣ୍ଟ ଉପରେ କମ୍ ଅଟେ। ଆଲଫା ଓ ଡେଲ୍ଟା ଭାରିଏଣ୍ଟ ତୁଳନାରେ କରୋନା ଟିକାକୁ ମାତ ଦେବାରେ ବିଟା ଭାରିଏଣ୍ଟ ଯଥେଷ୍ଟ ସକ୍ଷମ। ଏହି କାରଣରୁ ଦକ୍ଷିଣ ଆଫ୍ରିକା ସରକାର ଆଷ୍ଟ୍ରାଜେନେକାର ଗୋଟିଏ କନସାଇନମେଣ୍ଟକୁ ଫେରାଇ ଦେଇଥିଲେ। ଆଷ୍ଟ୍ରାଜେନେକା ଟିକା କରୋନାର ବିଟା ଷ୍ଟ୍ରେନ ବିରୋଧରେ ଫଳପ୍ରଦ ହେଉନଥିବା ଦକ୍ଷିଣ ଆଫ୍ରିକା ସରକାର ସ୍ପଷ୍ଟ କରିଥିଲେ। ତେଣୁ ଡେଲ୍ଟା ପ୍ଲସରେ କେ୪୧୭ଏନ ଭାରିଏଣ୍ଟ ରହିଥିବାରୁ ଏହା ମଧ୍ୟ ଭାରତରେ ଉପଲବ୍ଧ ଟିକାକୁ ପ୍ରଭାବିତ କରିବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି।

ତେବେ ପ୍ରଫେସର ଜାମୀଲ କହିଛନ୍ତି ଯେ, ଡେଲଟା ପ୍ଲସ୍ ଅଧିକ ସଂକ୍ରାମକ ବୋଲି ଏପର୍ଯ୍ୟନ୍ତ କୌଣସି ପ୍ରମାଣ ନାହିଁ। ଏହା ଉପରେ ଅଧିକ ଗବେଷଣା କରାଯାଉଛି।

 

 

 

 

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp