ଟିକାକରଣ କେନ୍ଦ୍ରରେ ବିଜେପି କର୍ମୀଙ୍କ ହୋହଲ୍ଲା
ବାଲେଶ୍ୱର : ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ପରିସରରେ ଆଜି ଟିକାକରଣ କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବକୁ ବିଜେପି କର୍ମୀମାନେ ଧସେଇ ପଶିଛନ୍ତି। କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଫୋଟୋ କାହିଁକି ଲଗାଗଲା ନାହିଁ ବୋଲି ଅଭିଯୋଗ କରି ବିଜେପି କର୍ମୀମାନେ ହୋହଲ୍ଲା କରିଥିଲେ ।
ଏହା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଘେରି ଏ ସମ୍ପର୍କରେ ପଚାରିଥିଲେ। ପରେ କାର୍ଯ୍ୟକ୍ରମ ଉଦଘାଟନ ପାଇଁ ବନ୍ଧା ଯାଇଥିବା ରିବନଫିତା ଟାଣି ଛିଡ଼ାଇ ଦେବା ସହ ଭିତରକୁ ଧସେଇ ପଶିଥିଲେ। ଏହାପରେ ପ୍ରଧାନମନ୍ତ୍ରୀଙ୍କ ଫୋଟୋ ଲାଗିଥିବା ଏକ କଟଆଉଟ ନେଇ ବିଜେପି କର୍ମୀମାନେ ମଞ୍ଚ ଉପରେ ଥୋଇ ଆସିଥିଲେ।
The post ଟିକାକରଣ କେନ୍ଦ୍ରରେ ବିଜେପି କର୍ମୀଙ୍କ ହୋହଲ୍ଲା first appeared on Sambad.
Please follow and like us: