ଟିକାକରଣ କେନ୍ଦ୍ରରେ ପୋଷ୍ଟର ଲଗାକୁ ନେଇ ଥମୁନି ବିବାଦ : ଆଜି ବ୍ରହ୍ମପୁରର ଦୁଇଟି କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଫାଡିଲେ ବିଜେପି କର୍ମୀ

ଟିକାକରଣ କେନ୍ଦ୍ରରେ ପୋଷ୍ଟର ଲଗାକୁ ନେଇ ଥମୁନି ବିବାଦ : ଆଜି ବ୍ରହ୍ମପୁରର ଦୁଇଟି କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଫାଡିଲେ ବିଜେପି କର୍ମୀ

କନକ ବ୍ୟୁରୋ : ଟିକାକରଣ କେନ୍ଦ୍ରରେ ପୋଷ୍ଟର ଲଗାକୁ ନେଇ ଥମୁନି ବିବାଦ । ଗତକାଲି ବାଲେଶ୍ୱର, ଅନୁଗୁଳ ଓ ନବରଙ୍ଗପୁର ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଲଗାଯିବାକୁ ନେଇ ବିବାଦ ଦେଖାଦେବା ପରେ ଆଜି ବ୍ରହ୍ମପୁରର ଦୁଇଟି କେନ୍ଦ୍ରରେ ସମାନ ଦୃଶ୍ୟ ଦେଖିବାକୁ ମିଳିଛି ।

ବ୍ରହ୍ମପୁରର ଗିରିରୋଡ ହାଇସ୍କୁଲ, ତେଲୁଗୁ ହାଇସ୍କୁଲରେ ହୋଇଥିବା ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଫାଡିଛନ୍ତି ବିଜେପି କର୍ମୀ । ଟିକାକରଣକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ଟିକା ଯୋଗାଇ ଦେଉଥିବାବେଳେ କେବଳ ନବୀନଙ୍କ ପୋଷ୍ଟର କାହିଁକି ଲଗାଯାଇଛି ବୋଲି ପ୍ରତିବାଦ କରିଛନ୍ତି ବିଜେପି କର୍ମୀ । ଏଥିସହ ୨୪ଘଂଟା ଭିତରେ ଯେଉଁଠି ନବୀନଙ୍କ ପୋଷ୍ଟର ଲାଗିଛି ସେଠାରେ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ଲଗାଇବାକୁ ଦାବି କରିଛନ୍ତି ।

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp