ଟିକାକରଣରେ ଦେଶରେ ସୃଷ୍ଟି ହେଲା ରେକର୍ଡ : ଗୋଟିଏ ଦିନରେ ୮୪ ଲକ୍ଷରୁ ଅଧିକ ଲୋକ ନେଲେ ଟିକା; ପ୍ରଶଂସା କରି ମୋଦିଙ୍କ ଟ୍ୱିଟ-କହିଲେ, ୱେଲଡନ ଇଣ୍ଡିଆ

ଟିକାକରଣରେ ଦେଶରେ ସୃଷ୍ଟି ହେଲା ରେକର୍ଡ : ଗୋଟିଏ ଦିନରେ ୮୪ ଲକ୍ଷରୁ ଅଧିକ ଲୋକ ନେଲେ ଟିକା; ପ୍ରଶଂସା କରି ମୋଦିଙ୍କ ଟ୍ୱିଟ-କହିଲେ, ୱେଲଡନ ଇଣ୍ଡିଆ

କନକ ବ୍ୟୁରୋ : ଦେଶରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଟିକାକରଣ । ସୋମବାର ଦିନ ୮୪ ଲକ୍ଷରୁ ଅଧିକ ଡୋଜ୍ ଟିକା ନେଇଛନ୍ତି ଦେଶବାସୀ । ଏହାକୁ ପ୍ରଶଂସା କରି ଟ୍ୱିଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ କହିଛନ୍ତି କରୋନା ବିରୋଧୀ ଲଢ଼େଇରେ ଟିକା ହେଉଛି ସବୁଠୁ ଶକ୍ତିଶାଳୀ ଅସ୍ତ୍ର । ମଧ୍ୟପ୍ରଦେଶ, ଗୋଟିଏ ଦିନରେ ୧୬ ଲକ୍ଷରୁ ଅଧିକ ଟିକା ଦେଇଥିବା ବେଳେ କର୍ଣ୍ଣାଟକ ୧୧ ଲକ୍ଷରୁ ଅଧିକ ଟିକା ଦେଇଛି ।

Today’s record-breaking vaccination numbers are gladdening. The vaccine remains our strongest weapon to fight COVID-19. Congratulations to those who got vaccinated and kudos to all the front-line warriors working hard to ensure so many citizens got the vaccine.

Well done India!

— Narendra Modi (@narendramodi) June 21, 2021

ସୋମବାର ଠାରୁ ଦେଶରେ ଟିକାକରଣର ବଡ଼ ଅଭିଯାନ ଆରମ୍ଭ ହୋଇଛି । ତୃତୀୟ ଲହର ନେଇ ଆଶଙ୍କା ବଢ଼ୁଥିବା ବେଳେ ଟିକାକରଣ ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର । ପୂର୍ବରୁ ଏପ୍ରିଲ ୧ ତାରିଖରେ ଗୋଟିଏ ଦିନରେ ସର୍ବାଧିକ ୪୮ ଲକ୍ଷ ଟିକା ଦିଆଯାଇଥିଲା । ଜୁନଆରୀ ୧୬ ତାରିଖରୁ ଭାରତରେ କରୋନା ଟିକାକରଣ ଆରମ୍ଭ ହୋଇଛି । ଏପର୍ଯ୍ୟନ୍ତ ଦେଶରେ ୨୮ କୋଟି ୩୬ ଲକ୍ଷ ଡୋକ୍ ଟିକା ଦିଆଯାଇଛି ।

ସେପଟେ ଟିକାକରଣରେ ବି ମାଇଲ ଖୁଂଟ ଅତିକ୍ରମ କରିଛି ଓଡିଶା । ୫ ମାସ ଭିତରେ ରାଜ୍ୟରେ ୧ କୋଟି ୨୫ ହଜାର ୬୨୯ ଡୋଜ ଟିକା କରଣ ହୋଇଛି । ସୋମବାର କେବଳ ଗୋଟିଏ ଦିନରେ ୩ ଲକ୍ଷ ୩୨ ହଜାର ୭୧୭ ଟିକା ଦିଆଯାଇଛି । ୧୬ ଶହ ୧୩ଟି କେନ୍ଦ୍ରରେ ଏହି ଟିକା ଦିଆଯାଇଥିଲା । ଗତ ଜାନୁୟାରୀ ୧୬ ତାରିଖରେ ଆରମ୍ଭ ହୋଇଥଲା ଟିକାକରଣ । ପର୍ଯ୍ୟାୟ କ୍ରମେ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା, ୪୫ ବର୍ଷରୁ ଅଧିକ ଓ ୧୮ ବର୍ଷରୁ ଅଧିକ ଲୋକଙ୍କୁ ଟିକାକରଣରେ ସାମିଲ କରାଯାଇଛି । ଦେଶରେ କୋଭିଡ ଟିକା ନୀତି ଲାଗୁ ହେବା ଫଳରେ କ୍ୟାମ୍ପେନ ମୋଡରେ ସାରା ଓଡିଶାରେ ଚାଲିଛି ଟିକା କରଣ । କୋରାପୁଟରୁ କଟକ, ମାଲକାନାଗିରିରୁ ମୟୁରଭଂଜ ପର୍ଯ୍ୟନ୍ତ ବିଭିନ୍ନ ସେସନ ସାଇଡରେ ପ୍ରବଳ ଭିଡ ସହ ଲମ୍ବା ଲାଇନ ଦେଖିବା ପାଇଁ ମିଳିଛି ।

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp