ଟାଙ୍ଗୀରୁ ଦୀଘା ପର୍ଯ୍ୟନ୍ତ ହେବ କୋଷ୍ଟାଲ ହାଇୱେ, ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଚାଲିଛି ଆଲୋଚନା
ଓଡ଼ିଶାର ବିସ୍ତୃତ ସାମୁଦ୍ରିକ ତଟ ଓ ପ୍ରାକୃତିକ ହ୍ରଦ ଚିଲିକା ଦେଇ ହେବ ବାଣିଜ୍ୟ କରିଡର । ଏଥିପାଇଁ ନିର୍ମାଣ ହେବ କୋଷ୍ଟାଲ ହାଇଓ୍ବେ । ୨୦୧୫ରୁ କେନ୍ଦ୍ର ସରକାର ଏହି ଘୋଷଣା କରିଥିଲେ ବି ଦୀର୍ଘ ୬ ବର୍ଷ ହେଲା ଝୁଲି ରହିଛି । ପର୍ଯ୍ୟଟନର ବିକାଶ ସହିତ ବାଣିଜ୍ୟ କରିଡର କରାଯାଇ ସ୍ଥାନୀୟ ଅଞ୍ଚଳର ଅର୍ଥନୀତିର ବିକାଶ ସହିତ ରୋଜଗାର ସୁବିଧା ମିଳିବ । ପ୍ରଥମେ ଗୋପାଳପୁରରୁ ପଶ୍ଚିମବଙ୍ଗର ଦିଘା ପର୍ଯ୍ୟନ୍ତ ୪୫୦ କିଲୋମିଟିର ବିଶିଷ୍ଟ ହାଇଓ୍ବେ ସଂଯୋଗ କରିବା ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ନକ୍ସା ପ୍ରସ୍ତୁତ କରିଥିଲେ । ପ୍ରସ୍ତାବ ଥିଲା, ଚିଲିକା ଉପରେ ଦୁଇଟି ବ୍ରିଜ୍ ନିର୍ମାଣ କରାଯିବ । ଏହି କୋଷ୍ଟାଲ ହାଇଓ୍ବେର ନକ୍ସାରେ ୩ ଥର ପରିବର୍ତ୍ତନ କରାଗଲା । ସାତପଡ଼ାକୁ ବାଦ ଦେଇ ନକ୍ସା ପ୍ରସ୍ତୁତ ହେବାରୁ ବିଜେଡି ଆପତ୍ତି ଉଠାଇଥିଲା । ଏବେ ୬ଟି ଜିଲ୍ଲା ଦେଇ ପ୍ରାୟ ୪୦୦ କିଲୋମିଟର ରାସ୍ତା ନିର୍ମାଣ କରିବା ପାଇଁ ନକ୍ସା ପ୍ରସ୍ତୁତ ହୋଇଛି । ଏହି ରାସ୍ତା ଖୋର୍ଦ୍ଧା ଜିଲ୍ଲା ଟାଙ୍ଗିରୁ ଆରମ୍ଭ ହୋଇ ବ୍ରହ୍ମଗିରି, ପୁରୀ, କୋଣାର୍କ, ଅସ୍ତରଙ୍ଗ, ନାଉଗାଁ, ପାରାଦୀପ, ରତନପୁର, ସାତଭାୟା, ଧାମରା, ବାସୁଦେବପୁର, ତାଳପଦା, ଚାନ୍ଦିପୁର, ଚନ୍ଦନେଶ୍ବର ଦେଇ ଦିଘାକୁ ସଂଯୋଗ କରିବ । ମୂଳ ନକ୍ସାରେ ବାରମ୍ବାର ପରିବର୍ତ୍ତନକୁ ବିଜେଡି ବିରୋଧ କରୁଥିବା ବେଳେ କଂଗ୍ରେସ ଦେଇଛି ବିକଳ୍ପ ପ୍ରସ୍ତାବ । ଋଷିକୁଲ୍ୟା ଓ ସୁବର୍ଣ୍ଣରେଖା ନଦୀକୁ ସଂଯୋଗ କରି କୋଷ୍ଟାଲ କେନାଲର ପ୍ରସ୍ତାବ ଦେଇଛି କଂଗ୍ରେସ।
ସେପଟେ ରାଜ୍ୟ ବିଜେପି ନେତାଙ୍କ ଯୁକ୍ତି ଭିନ୍ନ । କୋଷ୍ଟାଲ ହାଇଓ୍ବେ ନେଇ କେନ୍ଦ୍ର ସରକାର ଚୂଡ଼ାନ୍ତ ନକ୍ସା ପ୍ରସ୍ତୁତ କରିଛନ୍ତି । ଯେତେଶୀଘ୍ର ସରକାର ଜମି ଅଧିଗ୍ରହଣ କରିବେ ସେତେଶୀଘ୍ର ଏହି ପ୍ରକଳ୍ପ ବାସ୍ତବ ରୂପ ନେବ।…
ବାଇଟ- ସମୀର ମହାନ୍ତି, ବିଜେପି ରାଜ୍ୟ ସଭାପତି
(ଫାଭିଓ) ୬ ବର୍ଷ ଧରି ଚୂଡ଼ାନ୍ତ ପ୍ରକଳ୍ପ ଉପରେ ସହମତି ହେଉନଥିବା ବେଳେ ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପରିବର୍ତ୍ତିତ ନକ୍ସାକୁ ନେଇ ମାନସମନ୍ଥନ ହୋଇଛି ।
The post ଟାଙ୍ଗୀରୁ ଦୀଘା ପର୍ଯ୍ୟନ୍ତ ହେବ କୋଷ୍ଟାଲ ହାଇୱେ, ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଚାଲିଛି ଆଲୋଚନା appeared first on .