ଜିଏସ୍ଟି ଫାଙ୍କି, ୧୪.୫୯ ଲକ୍ଷ ଟଙ୍କା ଜରିମାନା
ରାଉରକେଲା : ଜିଏସ୍ଟି ଫାଙ୍କି ଅଭିଯୋଗରେ ତିନିଟି ଟ୍ରକରୁ ରାଉରକେଲା ଜିଏସ୍ଟି ଅଧିକାରୀ ମୋଟ ୧୪ ଲକ୍ଷ ୫୯ ହଜାର ୩୦୦ ଟଙ୍କା ଜରିମାନା ଆଦାୟ କରିଛନ୍ତି।
ତିନିଟି ଟ୍ରକ ରାଉରକେଲାରୁ ଏମ୍ଏସ୍ ଇନ୍ଗଟ୍ ଲୋଡିଂ କରି ଉତ୍ତରାଖଣ୍ଡର ହରିଦ୍ବାର, ବିହାର ପାଟନାକୁ ଯାଉଥିଲେ। କୌଣସି ସୂତ୍ରରୁ ସୂଚନା ପାଇ କୁଆରମୁଣ୍ଡା ଚେକ୍ ଗେଟ୍ ନିକଟରେ ଜିଏସ୍ଟି ଅଧିକାରୀଙ୍କ ନେତୃତ୍ବରେ ସ୍ବତନ୍ତ୍ର ଟିମ୍ ଟ୍ରକ ତିନିଟିକୁ ଅଟକାଇଥିଲେ। କାଗଜପତ୍ର ଯାଞ୍ଚରୁ ଜିଏସ୍ଟି ଠକେଇ ହୋଇଥିବା ଜଣାପଡିଥିଲା। ଟ୍ରକ ନଂ (ଏଚ୍ଆର୍୬୩ସି ୦୫୭୯)ରୁ ୮ ଲକ୍ଷ ୨୬ ହଜାର, (ଓଡି୧୪ଏଚ୍୨୭୫୭)ରୁ ୫ଲକ୍ଷ ୮୨ ହଜାର, (ଓଆର୍୧୫ ଏମ୍ ୮୧୯୭)ରୁ ୫୧ ହଜାର ୩୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଜିଏସ୍ଟି ଅଧିକାରୀ ସ୍ଥାନୀୟ ପୁଲିସ ସହୟତାରେ ଟ୍ରକ୍ ତିନିଟିକୁ ଜବତ କରି ତଦନ୍ତ ଚଳାଇଛି।
The post ଜିଏସ୍ଟି ଫାଙ୍କି, ୧୪.୫୯ ଲକ୍ଷ ଟଙ୍କା ଜରିମାନା first appeared on Sambad.
Please follow and like us: