ଜାଣନ୍ତୁ ଆଜିର ରାଶିଫଳ
ମେଷ: ଲେଖକ ଓ କଳାକାରଙ୍କ ଲାଗି ଦିନଟି ଅନୁକୂଳ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।
ବୃଷ: ଶାରୀରିକ ଓ ମାନସିକ ରୂପେ ଠିକ୍ ରହିବେ। ଆପଣଙ୍କ କାମର ପ୍ରଶଂସା ହୋଇପାରେ। ଜୀବନସାଥୀ ସହ ସମ୍ବନ୍ଧରେ ମଧୁରତା ବୃଦ୍ଧି ପାଇବ।
ମିଥୁନ: ନିଜ ବିଚାରକୁ ସ୍ପଷ୍ଟ ଭାବେ ବ୍ୟକ୍ତ କରିବାକୁ ଚେଷ୍ଟା କରନ୍ତୁ। ବେପାରରେ ଅନ୍ୟମାନଙ୍କ ସହିତ ସଂପର୍କ ବନାନ୍ତୁ, ଲାଭପ୍ରଦ ହେବ। ପାରିବାରିକ ଜୀବନ ସୁଖକର ହେବ।
କର୍କଟ: ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ସ୍ବାଦିଷ୍ଠ ଭୋଜନର ଆନନ୍ଦ ନେବେ। ପ୍ରିୟଜନଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ।
ସିଂହ: ଦିନଟି ରଚନାତ୍ମକ କାର୍ଯ୍ୟରେ ବିତିବ। ସମ୍ଭବ ହେଲେ କାମ ସନ୍ଧ୍ୟା ପୂର୍ବରୁ ସମାପ୍ତ କରି ନିଅନ୍ତୁ। ପ୍ରିୟଜନଙ୍କୁ ହୃଦୟର କଥା କୁହନ୍ତୁ, ମନକୁ ଶାନ୍ତି ମିଳିବ।
କନ୍ୟା: ପୂର୍ବ ମନୋକାମନା ପୂରଣ ହେବ। ପ୍ରିୟତମାଙ୍କୁ ଦାମିକା ଜିନିଷ ଉପହାର ଦେବେ। ମହିଳମାନଙ୍କ ଲାଗି ଦିନଟି ଆରାମଦାୟକ ରହିବ।
ତୁଳା: ଆପଣ ସେହି ଜିନିଷକୁ ମହତ୍ତ୍ବ ଦିଅନ୍ତୁ ଯାହା ପରିବାର ଲାଗି ଜରୁରୀ। ପରିବାର, କାମ ଓ ବନ୍ଧୁ ମଧ୍ୟରେ ସମନ୍ବୟ ରଖନ୍ତୁ। ଖେଳାଳିମାନଙ୍କ ଲାଗି ଦିନଟି ଭଲ।
ବିଛା: ଶାନ୍ତ ରହି ନିଜର ପ୍ରାଥମିକତା ଚୟନ କରନ୍ତୁ। ସରକାରୀ ଚାକିରିଆଙ୍କର କାମର ବୋଝ ଅଧିକ ରହିବ। ଜୀବନସାଥୀଙ୍କ ସହିତ ପୂର୍ବ କଥାକୁ ନେଇ ତର୍କବିତର୍କ ହେବ।
ଧନୁ: ନିଜର ଆର୍ଥିକ ସ୍ଥିତିକୁ ଦେଖି ଭବିଷ୍ୟତର ଯୋଜନା କରନ୍ତୁ। ଅନ୍ୟ ଜିଲ୍ଲାରେ ବ୍ୟବସାୟ ବିସ୍ତାର କରିବା ଲାଗି ଭାବିବେ। ସଙ୍ଗୀତଜ୍ଞଙ୍କ ପାଇଁ ଦିନଟି ଭଲ।
ମକର: ଆପଣଙ୍କ ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତା ଦୂର ହେବ। ବିଦେଶରେ ଚାକିରି କରିବା ପାଇଁ ଆଗ୍ରହୀ ବ୍ୟକ୍ତି ଆଉ କିଛି ଦିନ ଅପେକ୍ଷା କରନ୍ତୁ। ଖେଳାଳି ପୁରସ୍କୃତ ହେବେ।
କୁମ୍ଭ: ଆପଣଙ୍କର ଧ୍ୟାନ ଧାର୍ମିକ କାର୍ଯ୍ୟରେ ରହିବ। ଏଭଳି ବ୍ୟକ୍ତିଙ୍କ ସହ ମିଶିବେ ଯାହା ମାଧ୍ୟମରେ ଭବିଷ୍ୟତରେ ଲାଭ ପାଇବେ। ଡାକ୍ତରଙ୍କର ସମାଜରେ ନାମ ଉଚ୍ଚା ରହିବ।
ମୀନ: ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ନ ରଖିଲେ ସୁଯୋଗ ହାତଛଡ଼ା କରିବସିବେ। ସରକାରୀ କ୍ଷେତ୍ରରେ ଲାଭ ହେବାର ସମ୍ଭାବନା। ଜୀବନସାଥୀ ସହିତ ସମୟ ଅତିବାହିତ କରିବେ।
The post ଜାଣନ୍ତୁ ଆଜିର ରାଶିଫଳ first appeared on Sambad.