ଛତିଶଗଡ଼ରରେ ପୋଲିସ ମାଓବାଦୀ ଗୁଳି ବିନିମୟ, ୨ ମାଓ କମାଣ୍ଡର ନିହତ
ଛତିଶଗଡ଼: ପୋଲସ ମାଓବାଦୀ ମଧ୍ୟରେ ଗୁଳିବିନିମୟ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଅନ୍ତର୍ଗତ ଆର୍ଛା ଜଙ୍ଗଲରେ ଯବାନ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି । ଏହି ଗୁଳିବିନିମୟରେ ୨ ମାଓ କମାଣ୍ଡର ନିହତ ହୋଇଥିବାବେଳେ ବିପୁଳ ପରିମାଣର ମାଓସାମଗ୍ରୀ ଜବତ ହୋଇଛି ।
୩ଟି ରାଇଫଲ, ବିସ୍ଫୋରକ ସାମଗ୍ରୀ, ମାଓବାଦୀ କ୍ୟାମ୍ପ ସାମଗ୍ରୀ, ଜୀବନ୍ତ ଗୁଳି, ନକ୍ସଲ ପୋଷାକ,ଔଷଧ ଆଦି ଜବତ ହୋଇଛି । ଅନ୍ୟ ମାଓବାଦୀମାନେ ଘଞ୍ଚ ଜଙ୍ଗଲର ଆଡ ଦେଖାଇ ଚାଲି ଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ସ୍ଥାନୀୟ ଅଞ୍ଚଳରେ କମ୍ୱିଂ ଅପରେସନ ଜାରି ରହିଥିବା ନେଇ ବସ୍ତର ପୋଲିସ ସୂଚନା ଦେଇଛି ।
Please follow and like us: