ଚୋରା ଚାଲଣ ବେଳେ ୯୨ କିଲୋ ଗଞ୍ଜେଇ ଜବତ, ୩ ଗିରଫ

ଚୋରା ଚାଲଣ ବେଳେ ୯୨ କିଲୋ ଗଞ୍ଜେଇ ଜବତ, ୩ ଗିରଫ

ସେମିଲିଗୁଡା : କୋରାପୁଟ ଜିଲ୍ଲା ପାଡୁଆ ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି  । ଚୋରା ଚାଲଣ ବେଳେ ନନ୍ଦପୁର ପୋଲିସ ଗଞ୍ଜେଇ ଜବତ କରିଛି  । ୪ ଟି ବସ୍ତାରେ ୯୨ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଏଥିସହ ଏକ  ମାରୁତି ଆଲ୍ଟୋ କାର, ୪ ଟି ମୋବାଇଲ ଫୋନ୍ ଜବତ କରିଛି ପୋଲିସ ।

ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦେଶ କ୍ରମେ ନନ୍ଦପୁର ଏସଡ଼ିପିଓଙ୍କ ନେତୃତ୍ଵରେ ନନ୍ଦପୁର ପୋଲିସର ୭ ଜଣିଆ ଟିମ ଗଠନ କରି ବ୍ଲକ ଅଫିସ ନିକଟରେ ନାକା ବନ୍ଦୀ କରିଥିଲେ । ପାଡୁଆ ଅଞ୍ଚଳରୁ ଦ୍ରୁତ ଗତିରେ ଆସୁଥିବା କାରକୁ ଅଟକାଇ ଥିଲା ପୋଲିସ । ଗାଡି ସେଠାରୁ ବିପରୀତ ଦିଗକୁ ବୁଲାଇ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ୩ ଜଣଙ୍କୁ କାବୁ କରିବା ସଫଳ ହୋଇଥିଲା । କିନ୍ତୁ ମୁଖ୍ୟ ଅଭିଯୁକ୍ତ ତଥା ସେହି ଅଞ୍ଚଳର ଗଞ୍ଜେଇ ମଫିଆ ଅଭି ଖିଲ ଅନ୍ଧାରର ସୁଯୋଗ ନେଇ ଜଙ୍ଗଲ ଭିତରକୁ ଖସି ପଳାଇବାରେ ସକ୍ଷମ ହୋଇଥିଲା ।

ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ଗିରଫ ଅଭିଯୁକ୍ତମାନେ ହେଲେ ପଟାଙ୍ଗୀ ଅଞ୍ଚଳ ସାମଏଲ ଗେଞ୍ଜି , ନଦପୁର ଅଞ୍ଚଳର ସୁରେନ୍ଦ୍ର ମାଲି ଏବଂ ଜୟପୁର ଅଞ୍ଚଳର ପ୍ରଶାନ୍ତ ଖେମୁଣ୍ଡୁ ।

ନନ୍ଦପୁର ଏସଡ଼ିପିଓଙ୍କ ସୂଚନା ଅନୁଯାୟୀ, ସେମାନେ ଦୀର୍ଘ ବର୍ଷ ହେଲା ଏହି ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ କରି ଆସୁଥିଲେ । ଏମାନଙ୍କୁ ପୋଲିସ ବହୁ ବାର ଧରିବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ଖସି ପଳାଇବାରେ ସକ୍ଷମ ହେଉଥିଲେ । ଫେରାର ହୋଇଯାଇ ଥିବା ମୁଖ୍ୟ ଅଭିଯୁକ୍ତ ପୋଲିସ ଖୁବ ଶିଘ୍ର ଗିରଫ କରିବ ବୋଲି ସୂଚନା ଦେଇଛନ୍ତି ।

Please follow and like us:

Leave a Reply

Your email address will not be published.

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp