ଚଳିତ ବର୍ଷ ଯୁକ୍ତ ଦୁଇରେ ମୋଟ୍ ପାସ୍ ହାର ୯୦%ରୁ ଅଧିକ ହେବ: CHSE ପରୀକ୍ଷା ନିୟନ୍ତ୍ରକ
ଭୁବନେଶ୍ୱର: ଯୁକ୍ତ ଦୁଇର ବିକଳ୍ପ ମୂଲ୍ୟାୟନ ପଦ୍ଧତି ଉପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ ସାହୁ ପ୍ରତିକ୍ରିୟା ଦେଇଛନ୍ତି । ବିକଳ୍ପ ପଦ୍ଧତିରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନେ ଦଶମ ଶ୍ରେଣୀ ଠାରୁ ଅଧିକ ମାର୍କ ରଖିବେ। ଏକ୍ସ ରେଗୁଲାର ପାସ୍ ହାର ମଧ୍ୟ ବିଗତ ବର୍ଷ ଅପେକ୍ଷା ଯଥେଷ୍ଟ ଅଧିକ ହେବ। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଯୁକ୍ତ ୨ରେ ମୋଟ ପାସ୍ ହାର ୯୦ ପ୍ରତିଶତରୁ ଅଧିକ ରହିବ ବୋଲି ସେ କହିଛନ୍ତି ।
ମାଟ୍ରିକ୍ ପରୀକ୍ଷାରେ ଛାତ୍ରଛାତ୍ରୀ ଯେତିକି ମାର୍କ ରଖିଥାନ୍ତି, ସାଧାରଣତଃ ଯୁକ୍ତ ୨ରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ପିଲାଙ୍କର ମାର୍କ କମି ଯାଇଥାଏ। କିନ୍ତୁ ଚଳିତ ବର୍ଷ ଯେଉଁ ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରାଯାଉଛି ସେଥିରେ ଛାତ୍ରଛାତ୍ରୀଙ୍କ ମାର୍କ ଦଶମ ଶ୍ରେଣୀ ମାର୍କ ପାଖାପାଖି କିମ୍ବା ତା’ଠାରୁ ଅଧିକ ରହିବ ବୋଲି ବିଜୟ ସାହୁ କହିଛନ୍ତି ।
ସେହିପରି ଗତବର୍ଷ ଗୁଡ଼ିକରେ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ପାସ୍ହାର ୩୦ରୁ ୪୦ ପ୍ରତିଶତ ମଧ୍ୟରେ ରହୁ ଥିବାବେଳେ ଚଳିତ ବର୍ଷ ଆହୁରି ଅଧିକ ରହିବ ବୋଲି ଆଶା କରାଯାଉଛି। ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ପାସ୍ହାର ମଧ୍ୟ ଗତବର୍ଷ ତୁଳନାରେ ଅଧିକ ରହିବ ବୋଲି ସେ କହିଛନ୍ତି।