ଘନଉଛି ପଂ‌ଜାବ କଂଗ୍ରେସ କନ୍ଦଳ, ଅମରିନ୍ଦରଙ୍କ ଉପରେ ବର୍ଷିଲେ ସିଦ୍ଧୁ

ଘନଉଛି ପଂ‌ଜାବ କଂଗ୍ରେସ କନ୍ଦଳ, ଅମରିନ୍ଦରଙ୍କ ଉପରେ ବର୍ଷିଲେ ସିଦ୍ଧୁ

ଅମୃତସର : ପଂଜାବ କଂଗ୍ରେସ କନ୍ଦଳ ଘନେଇବାରେ ଲାଗିଛି। ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ ଏବଂ ଦଳର ବିଧାୟକ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ବଢ଼ିଥିବା କଳହ ଏବଂ ବିବାଦ ବହୁଦିନ ହେଲା ଦିଲ୍ଲୀରେ ପହଞ୍ଚି ସାରିଛି। ଦୁଇ ନେତାଙ୍କ ମଧ୍ୟରେ ଥିବା ବିବାଦରେ ପୂର୍ଣ୍ଣଛେଦ ପକାଇବା ପାଇଁ ଦଳର କେନ୍ଦ୍ରୀୟ ନେତୃତ୍ବ ଜୋରଦାର ଲାଗିପଡ଼ିଛି। ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଥିବାବେଳେ ଏହାପୂର୍ବରୁ ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ବିବାଦ ଦଳ ପାଇଁ କ୍ଷତି ପହଞ୍ଚାଇପାରେ। ତେଣୁ ଦଳ ଏହି ଦୁଇ ନେତାଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ନେତୃତ୍ବରେ ଏକ ୩ ଜଣିଆ କମିଟି ମଧ୍ୟ ଗଠନ କରିଛି। ଆଜି ଦିଲ୍ଲୀ‌ରେ ଏହି କମିଟିର ଏକ ବୈଠକ ଥିଲା। କମିଟିରେ ଅମରିନ୍ଦର ସିଂହ ଉପସ୍ଥିତ ହୋଇଥିବା ଜଣାପଡ଼ିଛି। ପଂଜାବ କଂଗ୍ରେସରେ ଦେଖାଦେଇଥିବା ସମସ୍ୟାର ସମାଧାନ ପାଇଁ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା‌ ସୋନିଆ ଏହି କମିଟି ଗଠନ କରିଥିଲେ। ତେବେ ଆଜିର ବୈଠକରୁ କ’ଣ ନିଷ୍କର୍ଷ ବାହାରିଛି ତାହା ଜଣାପଡ଼ିନି।

ଅନ୍ୟପକ୍ଷେ ନବ‌ଜୋତ ସିଂହ ସିଦ୍ଧୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ପୁଣି ଥରେ କଡ଼ା ସମା‌ଲୋଚନା କରିଛନ୍ତି। ସିଦ୍ଧୁ କହିଛନ୍ତି, ସେ ଅମରିନ୍ଦରଙ୍କ ସହ କାମ କରିବାକୁ ଇଚ୍ଛୁକ କିନ୍ତୁ ଏଥିପାଇଁ ବିଭିନ୍ନ ପ୍ରସଙ୍ଗ ଗୁଡ଼ିକର ପ୍ରଥମେ ସମାଧାନ କରିବାକୁ ପଡ଼ିବ। ଅମରିନ୍ଦର ମଧ୍ୟ ସିଦ୍ଧୁଙ୍କ ଦାବିଗୁଡ଼ିକୁ ମାନିନେବା ପାଇଁ ଏକରକମ ରାଜିଥିବାର ସଙ୍କେତ ଦେଇଥିବା ଜଣାପଡ଼ିଛି। ତେବେ ଦିଲ୍ଲୀରେ ଚାଲିଥିବା କଂଗ୍ରେସ କମିଟି ବୈଠକରେ କ୍ୟାପଟେନ୍‌ ଅମରିନ୍ଦର ସିଂହ ସିଦ୍ଧୁଙ୍କ ପାଇଁ ସବୁ ବାଟ ବନ୍ଦ କରିଦେବେ କି ବୋଲି ଏକ ପ୍ରଶ୍ନର ଉତ୍ତର ରଖି ସିଦ୍ଧୁ କହିଛନ୍ତି, ଅମରିନ୍ଦର ସିଂହ କିଏ ? ସେ ୩ ଥର ନିର୍ବାଚନ ହାରିବା ପରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ତାଙ୍କୁ ଦଳର ସଭାପତି କରିଥିଲେ। ସେ ଦଳକୁ ଭାଙ୍ଗି ଦେବାକୁ ଧମକ ଦେଇଥିଲେ। ଅମରିନ୍ଦରଙ୍କୁ କଡ଼ା ସମାଲୋଚନା କରି ସିଦ୍ଧୁ କହିଛନ୍ତି, ରାଜ୍ୟ ବିଧାନସଭାରେ ୧୧୭ ସଦସ୍ୟଙ୍କ ମଧ୍ୟରୁ ୭୮ ଜଣ ତାଙ୍କ ସହ ଅଛନ୍ତି। ସିଦ୍ଧୁଙ୍କ ବିଦ୍ରୋହ ଦଳକୁ ଦୁର୍ବଳ କରିଦେଇଛି ବୋଲି ଅମରିନ୍ଦର ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ସିଦ୍ଧୁ କହିଛନ୍ତି, ଅମରିନ୍ଦର ବେକାର୍‌ କଥା ଗପୁଛନ୍ତି। ମୁଁ ଦଳର କ୍ଷତି କରୁଛି ବୋଲି କିଏ କହୁଛି। ସମସ୍ତ ବିଧାୟକ ମୋ ସହ ଅଛନ୍ତି। ଯଦି ସବୁକିଛି ଠିକ୍‌ ଅଛି ତେବେ ତିନି ଜଣିଆ କମିଟି କାହିଁକି ଗଠନ ହୋଇଛି? ଦଳର ସେ ଜଣେ ବାସ୍ତବ ସୈନିକ ବୋଲି କହିଛନ୍ତି। ସିଦ୍ଧୁ କହିଛନ୍ତି ତାଙ୍କୁ ୨ ଥର ଦିଲ୍ଲୀ ଡକାଯାଇଛି। କିନ୍ତୁ ସେ ଯାଇନାହାନ୍ତି। ନିର୍ବାଚନ ସମୟରେ ସେ ସୋ’ପିସ୍‌ ହେବାକୁ ଚାହାନ୍ତିନି ବୋଲି କହିଛନ୍ତି। ଅନ୍ୟପକ୍ଷେ ସିଦ୍ଧୁ ପଂଜାବ୍‌ରେ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ପଂଜାବରେ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଜଣେ ଶିଖ୍‌ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଦଳର ଆବାହକ ଅରବିନ୍ଦ କେଜ୍ରିୱାଲ୍‌ ଗତକାଲି ଘୋଷଣା କରିବା ପରେ ସିଦ୍ଧୁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

The post ଘନଉଛି ପଂ‌ଜାବ କଂଗ୍ରେସ କନ୍ଦଳ, ଅମରିନ୍ଦରଙ୍କ ଉପରେ ବର୍ଷିଲେ ସିଦ୍ଧୁ first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp