ଗ୍ୟାଙ୍ଗଷ୍ଟାର ଟିଟୋର ଦୁଇ ସହଯୋଗୀକୁ ଉଠାଇନେଲା ଏସଟିଏଫ
କେନ୍ଦ୍ରାପଡା: ବହୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟାର ଟିଟୋର ଦୁଇ ସହଯୋଗୀଙ୍କୁ ଗିରଫ କରିଛି ଏସଟିଏଫ । ୨୦୧୮ ମସିହାର ୩୬ ଗୁଣ୍ଠ ଜମି ଜବରଦଖଲ ଓ ଧମକ ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି ଏସଟିଏଫ।
ଜାତୀୟ ରାଜପଥ ଗୋପ ଛକ ନିକଟରେ ରହିଥିଲା ଏହି ଜମି। ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀ ପ୍ରରୋଚନାରେ ଜମି ଜବରଦଖଲ କରିଥିଲେ ଦୁଇ ସହଯୋଗୀ । ଗିରଫ ଦୁଇ ଜଣ ଟିଟୋର ଦୁଇ ଦାଦା ପୁଅ ଭାଇ ବୋଲି ଜଣାପଡିଛି। ଏନେଇ ପୂର୍ବରୁ ମାମଲା ରୁଜୁ ହୋଇଥିଲା। ମାମଲା ଆଧାରରେ ଦୁଇ ଜଣଙ୍କୁ ଗିରଫ କରିବା ସହ ଗତକାଲି SDJMଙ୍କ କୋର୍ଟରେ ପାପା ଓ ସଦ୍ଦାମକୁ ହାଜର କରିଥିଲା ପୋଲିସ।
ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ କେନ୍ଦ୍ରାପଡ଼ା ଉପକାରାଗାରକୁ ପଠାଇ ଦିଆଯାଇଛି। ଗିରଫଦାରୀକୁ ନେଇ ଏସଟିଏଫର ପ୍ରତିକ୍ରିୟା ମିଳିପାରି ନଥିବା ବେଳେ, ଏହା ପୂର୍ବରୁ ବେଆଇନ୍ ଅସ୍ତ୍ରଶସ୍ତ୍ର ମାମଲାରେ ଦୁଇ ଜଣଙ୍କ ସହ ୮ଜଣଙ୍କୁ ଗିରଫ କରିଥିଲା ପୋଲିସ। ହେଲେ ପୋଲିସ ଆଖିରେ ଧୂଳି ଦେଇ ଖସିଯାଇଥିଲେ ଦୁଇ ଭାଇ।
The post ଗ୍ୟାଙ୍ଗଷ୍ଟାର ଟିଟୋର ଦୁଇ ସହଯୋଗୀକୁ ଉଠାଇନେଲା ଏସଟିଏଫ appeared first on .