ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା, ଗିରଫଦାରୀ ଭୟରେ ଗାଁ ପୁରୁଷଶୂନ୍ୟ

ଗଞ୍ଜାମ: ଜିଲ୍ଲା ଚମାଖଣ୍ଡି ଥାନା ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ରାମେୟାପଲ୍ଲୀ ଗାଁ ଏବେ ପୁରୁଷଶୂନ୍ୟ । ଆଧୁନିକତା ଭିତରେ ଲୁଚି ରହିଛି ଅନ୍ଧ ବିଶ୍ୱାସର ପୁଟୁଳି । ଗୁଣି ଗାରେଡ଼ି ସନ୍ଦେହରେ ଜଣେଙ୍କୁ ଗ୍ରାମର କିଛି ବ୍ୟକ୍ତି ହତ୍ୟା କରିଥିବା ଅଭିଯୋଗ ହୋଇଛି  । ସୂଚନା ମୁତାବକ ଗୁଣିଗାରେଡ଼ି ସନ୍ଦେହରେ ଗତକାଲି ଗାଁରେ ହତ୍ୟାକାଣ୍ଡ ଘଟିଥବା ଜଣାପଡିଛି । ଏଥିରେ ଏନ୍.ଭେଙ୍କଟ ରମଣଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ ।

ସେପଟେ ଘଟଣା ବିଷୟରେ ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି  । ଘଟଣାରେ ୩୦ରୁ ଅଧିକ ଲୋକଙ୍କୁ ପୋଲିସ ଅଟକ ରଖିଛି । ଗିରଫଦାରୀ ଭୟରେ ରାମେୟାପଲ୍ଲୀ ଗାଁ ଏବେ ପୁରୁଷଶୂନ୍ୟ ହୋଇପଡ଼ିଛି । ମୃତଦେହ ଜବତ କରିବା ସହ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ରାମେୟାପଲ୍ଲୀର ପି.ଭୀମରାଜୁ ରେଡ୍ଡୀ ଏବଂ ବ୍ରହ୍ମପୁରର ପି.ଧବଳେଶ୍ୱର ରେଡ୍ଡୀ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

The post ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା, ଗିରଫଦାରୀ ଭୟରେ ଗାଁ ପୁରୁଷଶୂନ୍ୟ appeared first on .

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp