ଗାଜିଆବାଦ ବୃଦ୍ଧଙ୍କୁ ଆକ୍ରମଣ ଘଟଣା :  ଟ୍ବିଟରକୁ ୨ୟ ନୋଟିସ ପଠାଇଲା ପୁଲିସ୍

ଗାଜିଆବାଦ ବୃଦ୍ଧଙ୍କୁ ଆକ୍ରମଣ ଘଟଣା : ଟ୍ବିଟରକୁ ୨ୟ ନୋଟିସ ପଠାଇଲା ପୁଲିସ୍

ନୂଆଦିଲ୍ଲୀ : ଗାଜିଆବାଦ ମୁସଲିମ୍ ବୃଦ୍ଧଙ୍କ ଭାଇରାଲ ଭିଡିଓ ଘଟଣାରେ  ଟ୍ୱିଟର ଇଣ୍ଡିଆକୁ ଦ୍ବିତୀୟ ନୋଟିସ ପଠାଇଛି ଉତ୍ତର ପ୍ରଦେଶ ପୁଲିସ । ଏହା ସହିତ ଟ୍ବିଟର ଇଣ୍ଡିଆ ଏମଡି ମନିଷ ମାହେଶ୍ୱରୀଙ୍କୁ ଆସନ୍ତା ଗୁରୁବାରଦିନ ହାଜର ହେବାକୁ କୁହାଯାଇଛି । ଯଦି ସେ ହାଜର ହେବାରେ ବିଫଳ ହୁଅନ୍ତି ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଛି ।

ଗାଜିଆବାଦ ପୁଲିସ ପକ୍ଷରୁ ପୂର୍ବରୁ ଟ୍ହିଟରକୁ ଯେଉଁ ନୋଟିସ ପଠାଯାଇଥିଲା ତାହାର  ଜବାବ ରଖି ଟ୍ୱିଟର ତରଫରୁ କୁହାଯାଇଥିଲା ଯେ, ପଚରା-ଉଚରା ପାଇଁ ମନିଷ ମାହେଶ୍ୱରୀ ପ୍ରସ୍ତୁତ ଅଛନ୍ତି । ଭିଡିଓ କନଫରେନ୍ସ ଜରିଆରେ ସେ ଉପଲବ୍ଧ ଅଛନ୍ତି ବୋଲି ଟ୍ୱିଟର ପକ୍ଷରୁ କୁହାଯାଇଥିଲା । ଯେଉଁଥିରେ ପୋଲିସ କ୍ଷୁବ୍ଧ ହେବା ସହ ମନିଷ ମାହେଶ୍ୱରୀଙ୍କୁ ଆଉ ଏକ ନୋଟିସ୍ ପଠାଇଥିଲା । ଗାଜିଆବାଦର ଲୋନି ଥାନାରେ ଟ୍ୱିଟର ଇଣ୍ଡିଆ ବିରୋଧରେ ଅନେକ ମାମଲା ରୁଜୁ ହୋଇଛି ।

The post ଗାଜିଆବାଦ ବୃଦ୍ଧଙ୍କୁ ଆକ୍ରମଣ ଘଟଣା : ଟ୍ବିଟରକୁ ୨ୟ ନୋଟିସ ପଠାଇଲା ପୁଲିସ୍ first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp