ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩୫୭୭ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩୫୭୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ୱାରେଣ୍ଟିନ୍ରୁ ୨୦୩୯ ଚିହ୍ନଟ ହୋଇଥିବା ବେଳେ କେସ୍ ୧୫୩୮ ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୭୭୫୦୨ରେ ପହଞ୍ଚିଛି ।
ଚିହ୍ନଟ ହୋଇଥିବା ନୂଆ ଆକ୍ରାନଙ୍କ ମଧ୍ୟରୁ ଅନୁଗୁଳରୁ ୧୨୭, ବାଲେଶ୍ୱରରୁ ୨୦୫, ବରଗଡରୁ ୫୧, ଭଦ୍ରକରୁ ୧୮୬, ବଲାଙ୍ଗୀରରୁ ୩୬, ବୌଦ୍ଧରୁ ୫୯, କଟକରୁ ୪୦୭, ଦେବଗଡରୁ ୧୨, ଢେଙ୍କାନାଳରୁ ୯୬, ଗଜପତିରୁ ୨୯ ଜଣ ରହିଛନ୍ତି।
ସେହିପରି ଗଞ୍ଜାମରୁ ୨୭, ଜଗତସିଂହପୁରରୁ ୧୦୩, ଯାଜପୁରରୁ ୩୩୭, ଝାରସୁଗୁଡାରୁ ୧୩, କଳାହାଣ୍ଡିରୁ ୩୧, କନ୍ଧମାଳରୁ ୪୧, କେନ୍ଦ୍ରାପଡାରୁ ୧୪୧, କେନ୍ଦୁଝରରୁ ୬୧, ଖୋର୍ଦ୍ଧାରୁ ୫୭୧, କୋରାପୁଟରୁ ୫୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମାଲକାନଗିରିରୁ ୮୬, ମୟୁରଭଞ୍ଜରୁ ୧୮୭, ନବରଙ୍ଗପୁରରୁ ୫୭, ନୟାଗଡରୁ ୧୧୪, ନୂଆପଡାରୁ ୧୯, ପୁରୀରୁ ୨୩୭, ରାୟଗଡାରୁ ୮୮, ସମ୍ବଲପୁରରୁ ୩୧, ସୋନପୁରରୁ ୨୯, ସୁନ୍ଦରଗଡରୁ ୪୩ ଏବଂ ଷ୍ଟେଟପୁଲରୁ ୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୭୭୫୦୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୮୩୫୧୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୩୮୭୨୭ଟି ଆକ୍ଟିଭ୍ କେସ୍ ରହିଛି । ଏବେ ସୁଦ୍ଧା ରାଜ୍ୟରେ ୧୩୦୯୫୧୯୯ ସାମ୍ପୁଲ ଟେଷ୍ଟ୍ ହୋଇଛି ।