ଗଞ୍ଜାମ: ଏଣିକି ସବୁ ଦୋକାନୀ କରୋନା ଟିକା ନେବାକୁ ବାଧ୍ୟ

ଗଞ୍ଜାମ: ଏଣିକି ସବୁ ଦୋକାନୀ କରୋନା ଟିକା ନେବାକୁ ବାଧ୍ୟ

ବ୍ରହ୍ମପୁର:  ଟିକାକରଣକୁ ଗୁରୁତ୍ୱ ଦେଇ ଅଭିନବ ନିଷ୍ପତ୍ତି ନେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଏଣିକି ଗଞ୍ଜାମ ଜିଲ୍ଲାର ସବୁ ଦୋକାନୀ କରୋନା ଟିକା ନେବାକୁ ବାଧ୍ୟ । ଟିକା ନେବା ପରେ ତାହାର ପ୍ରମାଣପତ୍ର ଦୋକାନ ସମ୍ମୁଖରେ ନ ଲଗାଇଲେ ସେସବୁ ଦୋକାନକୁ ଖୋଲିବାକୁ ଅନୁମତି ଦିଆଯିବନି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଜିଲ୍ଲାର ସମସ୍ତ ଦୋକାନ, ଭେଣ୍ଡର ଏବଂ ଅନ୍ୟାନ୍ୟ ସମସ୍ତ ବୄତ୍ତିଧାରୀଙ୍କୁ ଅନୁରାଧ କରାଯାଉଛି ଯେ ଦୋକାନରୁ ସାମଗ୍ରୀ ଆଣିବା ସମୟରେ କୋଭିଡ ଭ୍ୟାକସିନେସନ ସାର୍ଟିଫିକେଟ ( ପ୍ରଥମ/ଫାଇନାଲ) ଦେଖାନ୍ତୁ

ଏହା ଗ୍ରାହକଙ୍କ ଆତ୍ମବିଶ୍ବାସ ବୄଦ୍ଧି ସହ ସଂକ୍ରମଣ ରୋକିବାରେ ସହାୟକ ହେବ
ଏହାକୁ ପ୍ରଶାସନ ଦ୍ୱାରା ନିୟୋଜିତ ଟିମ ତଦାରଖ କରିବ।

— Collector & District Magistrate, Ganjam (@Ganjam_Admin) June 22, 2021

ତାଲାବନ୍ଦ କଟକଣା ଭିତରେ ଯେତିକି ବ୍ୟବସାୟିକ ପ୍ରତିଷ୍ଠାନ ଖୋଲୁଛି, ସେମାନଙ୍କ ପାଇଁ ଟିକା ନେବା ବାଧ୍ୟତାମୂଳକ କରାଯାଇଛି । ଟିକା ନନେଲେ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ତେବେ ବ୍ୟବସାୟୀମାନେ ନିଜେ ଟିକା ନେବା ସହିତ ସେମାନଙ୍କ କର୍ମଚାରୀଙ୍କୁ ଟିକା ଦେଇ ସେସମ୍ପର୍କିତ ପ୍ରମାଣପତ୍ର ନିଜ ଦୋକାନ ଆଗରେ ମାରିବେ । ଫଳରେ ଗ୍ରାହକମାନେ ଦୋକାନୀ ଟିକା ନେଇଥିବା ଜାଣିପାରିବେ ।

ଜିଲ୍ଳାରେ ପ୍ରାଥମିକତା ଭିତରେ ଦୋକାନୀମାନଙ୍କୁ , ଟ୍ୟାକ୍ସି ଡ୍ରାଇଭର, ଅଟୋ ଡ୍ରାଇଭର, ହାଟବଜାରରେ ବିକ୍ରି କରୁଥିବା ଦୋକାନୀମାନଙ୍କୁ ଟିକା ଦିଆଯିବ । ବ୍ୟବସାୟୀ ମିଜେ ଟିକା ନେବା ସହ ନିଜ ଦୋକାନୀ କର୍ମଚାରୀଙ୍କ ପ୍ରବର୍ତ୍ତାଇବାକୁ ହେବ । ଜିଲ୍ଲାରେ ୨୬,୩୮,୧୩୨ ଟିକାକରଣର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହା ଗ୍ରାହକଙ୍କ ଆତ୍ମବିଶ୍ୱାସ ବୄଦ୍ଧି ସହ ସଂକ୍ରମଣ ରୋକିବାରେ ସହାୟକ ହେବ । ଏହାକୁ ପ୍ରଶାସନ ଦ୍ୱାରା ନିୟୋଜିତ ଟିମ ତଦାରଖ କରିବ । ଯଦି ଦୋକାନୀ ଟିକା ନେଇନଥିବେ ଓ ସେସମ୍ପର୍କିତ ପ୍ରମାଣପତ୍ର ଦୋକାନ ଆଗରେ ଦେଖାଇ ନଥିଲେ ସେମାନଙ୍କୁ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ ।

 

Please follow and like us:

Leave a Reply

Your email address will not be published.

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp