ଗଛରେ ଝୁଲିଛି ମୃତଦେହ, ହତ୍ୟା ସଂଦେହ 

ଗଛରେ ଝୁଲିଛି ମୃତଦେହ, ହତ୍ୟା ସଂଦେହ 

କଣ୍ଟାବାଞ୍ଜି : ତୁରେକେଲା ଥାନା ଜାମକୀ ଗାଁରେ ଜଣେ ବ୍ୟକ୍ତିକୁ ହତ୍ୟା କରି ଗଛରେ ଝୁଲାଇଦିଆଯାଇଥିବା ଅଭିଯୋଗ ହୋଇଛି । ମୃତକ ଉକ୍ତ ଗାଁର ଦଶରଥ ପୁଟେଲ ବୋଲି ଜଣାପଡ଼ିଛି । ତୁରେକେଲା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମୃତକ ଦଶରଥ ପୁଟେଲଙ୍କ ପରିବାରଙ୍କ ଅଭିଯୋଗ ଅନୁସାରେ ଶନିବାର ଅପରାହ୍ନ ସମୟରେ ଦଶରଥ ପୁଟେଲ ଏବଂ ସେହି ଗାଁର ଆତ୍ମାଶୀତକ ମାଝୀ ଗାଁରେ ବୁଲାବୁଲି କରିଥିଲେ । ଦୁଇଜଣ ସାଙ୍ଗ ହୋଇ ମଦ ମଧ୍ୟ ପିଇଥିଲେ । ତେବେ ସେଦିନ ସନ୍ଧ୍ୟା ସମୟରେ ଆତ୍ମାଶୀତକ ଏବଂ ତାଙ୍କ ପୁଅ ପୂରଣ ମାଝୀ କୌଣସି କଥାକୁ ନେଇ ଦଶରଥଙ୍କୁ ମାଡ଼ ମାରିଥିଲେ । ରାତିରେ ଦଶରଥ ଘରକୁ ଆସିନଥିବା ବେଳେ ଆଜି ସକାଳେ ଆତ୍ମାଶୀତକ ମାଝୀଙ୍କ ଘର ସମ୍ମୁଖରେ ଥିବା ଏକ ଗଛରେ ଦଶରଥଙ୍କ ଶବ ଝୁଲୁଥିବା ଦେଖିବାକୁ ମିଳିଛି । ଆତ୍ମାଶୀତକ ଏବଂ ତାଙ୍କ ପୁଅ ପୂରଣ ଦଶରଥଙ୍କୁ ହତ୍ୟା କରି ଗଛରେ ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ମୃତ ଦଶରଥଙ୍କ ପୁଅ ।

The post ଗଛରେ ଝୁଲିଛି ମୃତଦେହ, ହତ୍ୟା ସଂଦେହ  first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp