କୋଭିଡ-୧୯ର ଡେଲଟା ଭାରିଆଣ୍ଟ ଉପରେ ପ୍ରଭାବଶାଳୀ କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକା

କୋଭିଡ-୧୯ର ଡେଲଟା ଭାରିଆଣ୍ଟ ଉପରେ ପ୍ରଭାବଶାଳୀ କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକା

ନୂଆଦିଲ୍ଲୀ: ଭାରତରେ ଦିଆଯାଉଥିବା କୋଭାକ୍ସିନ୍ ଏବଂ କୋଭିସିଲ୍ଡ ଟିକା କରୋନାଭାଇରସର ଡେଲଟା ଭାରିଆଣ୍ଟ ବିରୋଧରେ ପ୍ରଭାବଶାଳୀ | ଆଜି ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏହା କହିଛନ୍ତି। ଏହା ସହ ସେ କହିଛନ୍ତି ଯେ, କରୋନା ଭୂତାଣୁ ଭାରିଆଣ୍ଟର ପ୍ରସାରଣ କ୍ଷମତାକୁ ଦେଖି ତାକୁ ୨ଭାଗରେ ବିଭକ୍ତ କରାଯାଇଛି | ଗୋଟେ ହେଉଛି ‘ଭାରିଆଣ୍ଟ ଅଫ ଇଣ୍ଟରେଷ୍ଟ’ ଓ ‘ଭାରିଆଣ୍ଟ ଅଫ କନସର୍ଣ୍ଣ’ |

ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ରାଜେଶ ଭୂଷଣ କହିଛନ୍ତି ଯେ, ଭାରତ ସମେତ ୮୦ଟି ଦେଶରେ ଡେଲଟା ଭାରିଆଣ୍ଟ ଦେଖିବାକୁ ମିଳିଛି। ଏହା ସହ ୯ଟି ଦେଶ – ଆମେରିକା, ବ୍ରିଟେନ, ପର୍ତ୍ତୁଗାଲ, ସୁଇଜରଲାଣ୍ଡ, ଜାପାନ, ପୋଲାଣ୍ଡ, ନେପାଳ, ଚୀନ୍, ଋଷ ଏବଂ ଭାରତରେ ଡେଲଟା ପ୍ଲସ୍ ଭାରିଆଣ୍ଟ ଦେଖିବାକୁ ମିଳିଛି। ଆଜି ପର୍ଯ୍ୟନ୍ତ ଭାରତରେ ଡେଲଟା ପ୍ଲସ୍ ଭାରିଆଣ୍ଟ ଦ୍ୱାରା ମୋଟ ୨୨ଜଣ ସଂକ୍ରମିତ ହୋଇଛନ୍ତି। ଏହି ଭାରିଆଣ୍ଟକୁ ବର୍ତ୍ତମାନ ‘ଭାରିଆଣ୍ଟ ଅଫ ଇଣ୍ଟରେଷ୍ଟ’ରେ ଶ୍ରେଣୀଭୁକ୍ତ କରାଯାଇଛି। ଏହା ଏପର୍ଯ୍ୟନ୍ତ ‘ଭାରିଆଣ୍ଟ ଅଫ କନସର୍ଣ୍ଣ’ ହୋଇନାହିଁ | ଡେଲଟା ପ୍ଲସ୍ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା ୨୨ଜଣଙ୍କ ମଧ୍ୟରୁ ମହାରାଷ୍ଟ୍ରର ଜଲଗାଓଁ ଏବଂ ରତ୍ନଗିରି ଜିଲ୍ଲାରୁ ୧୬ଜଣ ରହିଛନ୍ତି | ଏହା ସହ ଅବଶିଷ୍ଟ ସଂକ୍ରମିତ କେରଳ ଏବଂ ମଧ୍ୟପ୍ରଦେଶରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି |

Firstpost

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ କେରଳକୁ ଚିଠି ଲେଖି ଡେଲଟା ପ୍ଲସ୍ ଭାରିଆଣ୍ଟ ସଂକ୍ରମଣ ଉପରେ ତୀକ୍ଷ୍ଣ ନଜର ରଖିବାକୁ କହିଛି।

The post କୋଭିଡ-୧୯ର ଡେଲଟା ଭାରିଆଣ୍ଟ ଉପରେ ପ୍ରଭାବଶାଳୀ କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକା first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp