କୂଅରୁ ୩ ବର୍ଷ ଶିଶୁକୁ ଉଦ୍ଧାର କରିବାକୁ ଯାଇ ଯୁବକ ମୃତ

କୂଅରୁ ୩ ବର୍ଷ ଶିଶୁକୁ ଉଦ୍ଧାର କରିବାକୁ ଯାଇ ଯୁବକ ମୃତ

ଅନୁଗୋଳ: କୂଅରେ ପଡ଼ି ଯାଇଥିବା  ୩ ବର୍ଷ ଶିଶୁକୁ ଉଦ୍ଧାର କରିବାକୁ ଯାଇ ନିଜ ଜୀବନ ହାରିଲେ ଜଣେ ଯୁବକ। ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଶିମିଳିପାଳ ଗାଁରେ ଘଟିଛି ଏଭଳି ଦୁର୍ଗଟଣା ।

ସୂଚନା ଅନୁସାରେ, ଆଜି ଗାଁ ମୁଣ୍ଡରେ ଥିବା ପୁରିହାପାଟ ଦେବୀ ମନ୍ଦିର ନିକଟସ୍ଥ ଶିବ ପଧାନ ନାମକ ବ୍ୟକ୍ତିଙ୍କ ୩ ବର୍ଷର ଶିଶୁ ଖେଳୁଥିଲା। ମାତ୍ର ଅସାବଧାନତା ହେତୁ ଶିଶୁଟି ନିକଟରେ ଥିବା ଏକ କୂଅକୁ ଖସି ପଡିଥିଲା ।

ଶିଶୁଟି ଖସି ପଡିବା ଦେଖି ପାଖରେ କାମ କରୁଥିବା ପ୍ରଦୀପ ପ୍ରଧାନ , ଶୁକ୍ରୁ ପଧାନ ଓ ଦୀପ ଦେହୁରୀ ନାମକ ତିନି ଯୁବକ ସଙ୍ଗେ ସଙ୍ଗେ କୂଅ ଭିତରେ ପଶିଥିଲେ। ଶିଶୁକୁ ସୁରକ୍ଷିତ ଉଦ୍ଧାର କରି ଶୁକ୍ରୁ ଓ ଦୀପ ବାହାରକୁ ଆସିଥିବା ବେଳେ ପ୍ରଦୀପ କିନ୍ତୁ ଆଉ ବାହାରି ପାରିନଥିଲେ । ଶ୍ଵାସରୁଦ୍ଧ ହୋଇ କୂଅ ଭିତରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ଖବର ପାଇ ଛେଣ୍ଡିପଦା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପ୍ରଦୀପଙ୍କୁ କୁଅରୁ ଉଦ୍ଧାର କରିଥିଲା । ତେବେ ପ୍ରଦୀପ ପ୍ରଧାନଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି  ।

Please follow and like us:

Leave a Reply

Your email address will not be published.

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp