କଲଭର୍ଟ ନିକଟରୁ ମିଳିଲା ମୃତଦେହ, ହତ୍ୟାକାନ୍ତର କାରଣ ଅସ୍ପଷ୍ଟ

କଲଭର୍ଟ ନିକଟରୁ ମିଳିଲା ମୃତଦେହ, ହତ୍ୟାକାନ୍ତର କାରଣ ଅସ୍ପଷ୍ଟ

ଭଞ୍ଜନଗର: ପୁରୁଣା ହତ୍ୟା ଉଦ୍ୟମ ମାମଲାରେ ଯାଇଥିଲେ ଜେଲ୍ ଗତ ଦୁଇମାସ ତଳେ ଜାମିନ୍‌ରେ ଜେଲରୁ ମୁକୁଳି ଥିବା ବେଳେଉ ଆଜି ଗାଁ ନିକଟ ଏକ କଲଭର୍ଟ କଡ଼ରୁ ଉଦ୍ଧାର ହୋଇଛି ମୃତଦେହ। ଦେହ ସାରା ମାଡ଼ ଚିହ୍ନ ରହିଥିବା ସହ ଦୁର୍ବୃତ୍ତ ମାନେ ଅର୍ଦ୍ଧ ନଗ୍ନ କରି ଜୀବନରୁ ମାରି ଦେଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ପଇତାଗାଁରେ। ଗ୍ରାମର ସ୍ବର୍ଗତ ଭୀମ ଗୌଡ଼ର ପୁଅ କାଳିଆ ଗୌରଡ(୫୦)କୁ ଦୁର୍ବୃତ୍ତ ମାନେ ଗତକାଲି ବିଳମ୍ବିତ ରାତିରେ ପିଟିପିଟି ହତ୍ୟା କରିଥିବା ପାରିପାର୍ଶ୍ବିକ ସ୍ଥତିରୁ ପୁଲିସ୍ ଅନୁମାନ କରୁଛି। ଖବର ପାଇବା ପରେ ପୁଲିସ୍ ଆଜି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରିଛି। ଏନେଇ କେସ୍ ନମ୍ବର ୨୫୭ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅପରାହ୍ନରେ ଏଏସ୍ପି ବିଜୟ କୁମାର ମଲ୍ଲିକ୍ ଏବଂ ଛତ୍ରପୁରରୁ ଏକ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରି ଫେରିଛନ୍ତି। ଘଟଣାର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ସନ୍ଦେହରେ ୩ଜଣଙ୍କୁ ଅଟକ ରଖି ପୁଲିସ୍ ପଚରା ଉଚୁରା କରୁଛି। ତଦନ୍ତ ଓ ସାଇଣ୍ଟିଫିକ୍ ଟିମ୍‌ର ରିପୋର୍ଟ ଆସିବା ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିବ ବୋଲି ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ଦଦରଲୁଣ୍ଡା ପଞ୍ଚାୟତର ପଇତାଗାଁର କାଳିଆ ଗୌଡ ଗତକାଲି ସଂନ୍ଧ୍ୟା ୫ ଟାରୁ ଘରୁ ବାହାରି ଯାଇଥିଲେ। ରାତିରେ ଆଉ ଘରକୁ ଫେରିନଥିଲେ। ପରିବାର ଲୋକ ଆଖପାଖରେ ବହୁ ଖୋଜାଖୋଜି କଲେ ମଧ୍ୟ ପାଇନଥିଲେ। ଗ୍ରାମ ଠାରୁ କିଛି ଦୂର ଥିବା ଗୋବରା ସାହି କଲଭର୍ଟ ନିକଟରେ ଆଜି ସକାଳେ କ୍ଷତ ବିକ୍ଷତ ଅବସ୍ଥାରେ ମୃତଦେହ ପଡିଥିବା କିଛି ଲୋକ ଦେଖିଥିଲେ। ପରେ ଏହା ପଇତାଗାଁର କାଳିଆ ଗୌଡ ବୋଲି ଜଣାପଡିଥିଲା।

ମୃତଦେହ ଠାରୁ କିଛି ଦୂରରେ ଚପଲ ପଡିଥିବା ବେଳେ ବିଳମାଳରେ ତିନୋଟି ଠେଙ୍ଗା ପଡି ରହିଥିଲା। ଖବର ପାଇ ଏସ୍ଡିପଓ ଶୁଭ୍ରାଂଶୁ ଶେଖର ମିଶ୍ର, ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ଏସ୍ଆଇ ଲିତାରଣୀ ପରିଡା,ସମୀର କୁମାର ବେହେରା ପୁଲିସ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିଲେ। ମୃତ କାଳିଆର ଶରୀରରେ ଠେଙ୍ଗାରେ ଆକ୍ରମଣ ଚିହ୍ନ ରହିଥିବା ବେଳେ ପିନ୍ଧା ଲୁଗା ନଥିଲା। କିଛି ଦୂରରେ ପଡିଥିବା ଠେଙ୍ଗାକୁ ପୁଲିସ୍ ଜବତ କରିଥିବା ସହ ଆଖପାଖ ଲୋକଙ୍କୁ ହତ୍ୟାକାଣ୍ଡ ସଂର୍ପକରେ ପଚରା ଉଚୁରା କରିଥିଲା। ଏସଂର୍ପକରେ ମୃତ କାଳିଆର ପୁତୁରା କନଜ ଗୌଡ଼ ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସ୍ ତିନି ଜଣଙ୍କୁ ଥାନାରେ ଅଟକ ରଖିଛି। ମୃତ କାଳିଆ ଏକ ହତ୍ୟା ଉଦ୍ୟମ ମାମଲାରେ ଜେଲର ରହିଥିବା ବେଳେ ଗତ ଦୁଇ ମାସ ତଳେ ଜେଲରୁ ମୁକୁଳିଥିଲେ। ସେ ଗତ ୭ ମାସ ପୂର୍ବେ ସେହି ଗ୍ରାମର ବରୁଣ ଗୌଡ଼କୁ ପୁରୁଣା କଳି ଝଗଡ଼ାକୁ କେନ୍ଦ୍ର କରି ଏକ କାଚ ବୋତଲରେ ଭୁଶି ଦେଇଥିଲେ। ଏଥିରେ ବରୁଣ ଗୁରୁତର ହୋଇଥିବା ବେଳେ ପୁଲିସ୍ ସେହି ସମୟରେ କାଳିଆକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

The post କଲଭର୍ଟ ନିକଟରୁ ମିଳିଲା ମୃତଦେହ, ହତ୍ୟାକାନ୍ତର କାରଣ ଅସ୍ପଷ୍ଟ first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp